ନୂଆ ମୋଡ ନେଲା କୋର୍ଟ ମୋହରିରଙ୍କ ମୃତ୍ୟୁ ଘଟଣା ! ପୁଲିସ୍ ଆତ୍ମହତ୍ୟା କହୁଥିବା ବେଳେ ପରିବାରର ଅଭିଯୋଗ ହତ୍ୟା

27

କନକ ବ୍ୟୁରୋ : ଖଣ୍ଡଗିରି ଥାନା ଅଂଚଳରୁ କୋର୍ଟ ମୋହରିରଙ୍କ ମୃତ ଦେହ ମିଳିବା ଘଟଣା ନୂଆ ମୋଡ ନେଇଛି । ୩ ଦିନ ତଳେ ମିଳିଥିବା ମୃତଦେହକୁ ଆତ୍ମହତ୍ୟା ବୋଲି ପୁଲିସ କହୁଥିବା ବେଳେ, ମୋହରିରଙ୍କ ପରିବାର ଓ ଆଇନଜୀବୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଏହା କୌଣସି ଆତ୍ମହତ୍ୟା ନୁହେଁ ବରଂ ଜମି ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି । ଦୀର୍ଘଦିନ ଧରି ଜଣେ ବିଲଡର ଓ ମୋହରୀରଙ୍କ ମଧ୍ୟରେ ଶତୃତା ଥିଲା ଓ ସେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି ।