ଉପର ମୁଣ୍ଡରେ ବ୍ୟାରେଜ ଯୋଗୁଁ ଶୁଖିଯାଇଛି ମହାନଦୀ ! ବିସ୍ତିର୍ଣ୍ଣ ବାଲୁକା ମରୁଭୂମୀ ପାଲଟିଛି ମହାନଦୀ ପଠା

61

କନକ ବ୍ୟୁରୋ : ଶୁଖି ଯାଉଛି ଓଡିଶାର ଜୀବନ ରେଖା । ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ହେବା ଯୋଗୁଁ ଓଡିଶାରେ ମହାନଦୀ ଶୁଖିଲା ପଡିଛି । ସ୍ଥିତି ଏଭଳି ହୋଇଛିି ଯେ, ବିସ୍ତିର୍ଣ୍ଣ ବାଲୁକା ମରୁଭୂମୀ ପାଲଟିଛି ମହାନଦୀ ପଠା । ବୌଦ୍ଧ ମହାନଦୀ ସେତୁ । ଯେଉଁଠି ସବୁବେଳ ଅକାତକାତ ପାଣି ଥାଏ, ସେଠି ଏବେ ଆଣ୍ଠୁଏ ପାଣି ବି ନାହିଁ । ଗୋଟିଏ ସ୍ରୋତରେ ମହାନଦୀ ବହୁ ଥିବା ବେଳେ ଲୋକ ମହାନଦୀ ସେତୁ ଉପରେ ନଯାଇ ଭିତରେ ଚାଲି ଚାଲି ନଦୀପାର ହେଉଛନ୍ତି ।

ମର୍ଜାକୁଦ ଦ୍ୱୀପରେ ରୁହନ୍ତି ବୌଦ୍ଧ ଏନ୍ଏସିର ୨ଟି ୱାର୍ଡର ବାସିନ୍ଦା । ମହାନଦୀ ସବୁ ବେଳେ ଏଠାରେ କୂଳଲଂଘୁ ଥିଲା । ଦ୍ୱୀପରୁ ସହରକୁ ଆସିବା ପାଇଁ ଲୋକ ଡଙ୍ଗା ଉପରେ ନିର୍ଭର କରୁଥିଲେ । ହେଲେ ଏବେ ଶୁଖିଲା ମହାନଦୀ ଶଯ୍ୟାରେ ମାଟି ରାସ୍ତା କରି ଗାଡି ମଟର ଚଲାଇ ଯିବା ଆସିବା କରୁଛନ୍ତି । ମହାନଦୀ ଅବବାହିକାରେ ରହିଛି ଏହି ଗାଁ ।

ଅନେକ ସମୟରେ ମହାନଦୀ ବନ୍ୟା ଜଳରେ ପ୍ରଭାବିତ ହେଉଥିବା ଗାଁ ନିକଟ ନଦୀ ପଠା ଏବେ ମରୁଭୂମି ପାଲଟିଛି । ଠାଏ ଠାଏ ଚଳେ ଚଳେ ପାଣି ଦେଖାଯାଉଥିବା ବିସ୍ତିର୍ଣ୍ଣ ବାଲୁକା ରାଶିରେ ଖାଲି ପଥରମାନ ଦେଖାଯାଉଛି । ଏହାବ୍ୟତୀତ ମହାନଦୀରେ ଜଳସ୍ରୋତ କମି ଯାଇଥିବାରୁ ଦୂଷିତ ପାଣିକୁ ସହରବାସୀଙ୍କୁ ଯୋଗାଉଛି ଜଳ ଯୋଗାଣ ବିଭାଗ । ଓଡିଶାର ଜୀବନ ରେଖା ସୁଖିଯାଉଥିବା ବେଳେ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ କରିବା ଜରୁରୀ ହୋଇପଡିଛି ।