ତେଜୁଛି ମହାନଦୀ ବଂଚାଅ ଆନ୍ଦୋଳନ ! ଦ୍ୱିତୀୟ ଦିନରେ ଆଜି ଜନ୍ତରମନ୍ତରରୁ ସଂସଦ ପର୍ଯ୍ୟନ୍ତ ପଦଯାତ୍ରା

30

କନକ ବ୍ୟୁରୋ : ଦିଲ୍ଲୀରେ ଚାଲିଲା ମହାନଦୀ ଲଢେଇ । ସତ୍ୟାଗ୍ରହ ଆରମ୍ଭ କଲେ ସରକାର । ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ମହାନଦୀ ଆନ୍ଦୋଳନର ପ୍ରମୁଖ ନେତା ଓ ପ୍ରତିନିଧିମାନେ ଜନ୍ତରମନ୍ତରଠାରୁ ସଂସଦ ଭବନ ଯାଏ ପଦଯାତ୍ରା କରିବେ । ଓଡିଶାର ସାଂସଦଙ୍କ ସହ ସଂସଦ ପରିସରରେ ଥିବା ଗାନ୍ଧିମୂର୍ତ୍ତୀ ତଳେ ସମୂହ ସତ୍ୟାଗ୍ରହରେ ବସିବେ ବୋଲି ନିଷ୍ପତି ହୋଇଛି । ଗତକାଲିିଠାରୁ ଦିଲ୍ଲୀର ଜନ୍ତରମନ୍ତରରେ ଆରମ୍ଭ ହୋଇଛି ୫ ଦିନିଆ ମହାନଦୀ ବଂଚାଅ ଆନ୍ଦୋଳନ ।

ଧାରଣା ଓ ସତ୍ୟାଗ୍ରହ ମାଧ୍ୟମରେ କେନ୍ଦ୍ର ଉପରେ ଚାପ ପକାଇବାକୁ ପ୍ରୟାସ । ମହାନଦୀ ଜଳବିବାଦର ସମାଧାନ ପାଇଁ ମୋଦି ସରକାରଙ୍କ ଉପରେ ଚାପ ପକାଇବାକୁ ରାଜ୍ୟ ସରକାର ଏହି ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିବା କୁହାଯାଉଛି । ଓଡିଶାରୁ ୨ଶହ ଜଣିଆ ପ୍ରତିନିଧିମଣ୍ଡଳି ଦିଲ୍ଲୀରେ ଧାରଣା ଦେଇଛନ୍ତି । ସଂସଦର ଉଭୟ ଗୃହର ୭ଶହ ୯୦ଜଣ ସାଂସଦଙ୍କୁ ପତ୍ର ଲେଖାଯାଇ ଆନ୍ଦୋଳନକୁ ସମର୍ଥନ ଓ ସମ୍ବୋଧନ କରିବାକୁ ନିବେଦନ କରାଯାଇଛି ।