ବିଜେଡିକୁ ବାଏ ବାଏ କଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ । ଟିକେଟ ନ ପାଇବାରୁ ଥିଲେ ଅସନ୍ତୁଷ୍ଟ, ଜାଣନ୍ତୁ ଇସ୍ତଫାପତ୍ରରେ ଲେଖିଲେ କଣ?

416

କନକ ବ୍ୟୁରୋ : ବିଜେଡି ଛାଡିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ । ଟିକେଟ ନମିଳିବା ନେଇ ଅସନ୍ତୁଷ୍ଟ ଥିବା ବାସନ୍ତୀ ଆଜି ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତ । ନିଜ ଇସ୍ତଫାପତ୍ର ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ବାସନ୍ତୀ । ଯେଉଁଥିରେ ନିଜ ଇସ୍ତଫାର କାରଣ ଲେଖିଛନ୍ତି ବାସନ୍ତୀ ।

ଏହାପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଟିକେଟ ଘୋଷଣା କରାଯାଇଥିବା ବେଳେ ମୋହନା ଆସନରୁ ବାସନ୍ତୀଙ୍କୁ ଟିକେଟ ମିଳିନଥିଲା । ବାସନ୍ତୀଙ୍କ ବଦଳରେ ମୋହନା ଆସନରେ ପୂର୍ଣ୍ଣବାସୀ ନାଏକଙ୍କୁ ଟିକେଟ ଦେଇଥିଲା ଦଳ ।ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ବାସନ୍ତୀ ।

ବାସନ୍ତୀଙ୍କୁ ମିଶାଇ ଏବେ ପର୍ଯ୍ୟନ୍ତ ବିଜେଡିରୁ ମୋଟ ୩ ସାଂସଦ ଓ ୫ ବିଧାୟକ ଇସ୍ତଫା ଦେଇ ସାରିଲଣି । ତେବେ ବାସନ୍ତୀ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ କେଉଁ ଦଳରେ ଯୋଗ ଦେବେ ସେନେଇ ସ୍ପଷ୍ଟ କରିନାହାନ୍ତି ।