ନୂଆବର୍ଷରେ ସାମି ପୋଷ୍ଟ କଲେ ଶିବଲିଙ୍ଗ ଫଟୋ ! ଆସିଲା କଡା ପ୍ରତିକ୍ରିୟା, ସୁଧିରିଯାଅ ନହେଲେ ବରବାଦ ହେଇଯିବ

48

ପୁଣିଥରେ ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସାମି । ଟ୍ୱିଟରରେ ନୂଆବର୍ଷର ଶୁଭେଚ୍ଛା ଜଣାଇବା ତାଙ୍କୁ ପୁଣିଥରେ ଟାଣି ଆଣିଛି ଚର୍ଚ୍ଚାର ପରିସରକୁ । ତାଙ୍କର ଗୋଟିଏ ଟ୍ୱିଟର ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ । ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ସାମି ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଫୁଲରେ ହାପି ନ୍ୟୁ ଇୟର ୨୦୧୮ ଲେଖାଯିବା ସହ ଏକ ଶିବଲିଙ୍ଗ ରହିଥିଲା । ବାସ ଏଥିପାଇଁ ଟ୍ୱିଟରରେ ତାଙ୍କ ଉପରେ ହୋଇଥିଲା ଆକ୍ରମଣ । କିଛି ୟୁଜର୍ସ ତାଙ୍କୁ ଧର୍ମର ପାଠ ପଢାଇଥିବା ବେଳେ ଆଉ କିଛି ୟୁର୍ଜସ ତାଙ୍କ ଫଟୋରେ ଅତି ଖରାପ କମେଣ୍ଟ ଦେଇଥିଲେ । ଏପରିକି ଜଣେ ୟୁଜର୍ସ ତାଙ୍କୁ ସୁଧୁରିଯିବାକୁ କହଥିଲେ ନଚେତ ବରବାଦ ହୋଇଯିବ ବୋଲି ମଧ୍ୟ ଖୋଲାଖୋଲି କହିଥିଲେ । ଏହାଛଡା ଜଣେ ୟୁଜର୍ସ କହିଥିଲେ ଖୁବଶୀଘ୍ର ତାଙ୍କୁ ଫତୱା ମିଳିବାକୁ ଯାଉଛି ।

shami_1_010218043701ତେବେ ଏସବୁ ଭିତରେ ଏହି ଟ୍ୱିଟ ପାଇଁ ସାମିଙ୍କୁ ଅଧିକାଂଶ ଲୋକ ପ୍ରଂଶସା ମଧ୍ୟ କରିଛନ୍ତି । କିଛି ଲୋକ କହିଛନ୍ତି, ସାମି ଏହି ଟ୍ୱିଟ୍ କରି ସାହାସ ଦେଖାଇଛନ୍ତି । କିଛି ଲୋକ ସାମିଙ୍କୁ ସବୁ ଧର୍ମର ସମ୍ମାନ କରୁଥିବା ବ୍ୟକ୍ତି କହିବା ସହ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ଟ୍ୱିଟରରେ ସାମି ପ୍ରଥମଥର ପାଇଁ ଟ୍ରୋଲ ହୋଇନାହାନ୍ତି ଏହାପୂର୍ବରୁ ମଧ୍ୟ ନିଜ ପତ୍ନୀଙ୍କ ସହ ଫଟୋ ଉଠାଇ ପୋଷ୍ଟ କରିଥିବାରୁ ସେତେବେଳେ ମଧ୍ୟ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଏପରିକି ତାଙ୍କ ପତ୍ନୀ ଧର୍ମ ଅନୁଯାୟୀ ଶାଢୀ ପିନ୍ଧୁନାହାନ୍ତି ବୋଲି ଅନେକ ୟୁର୍ଜସ ଆରୋପ ଲଗାଇଥିଲେ । ଏହି ଘଟଣାରେ ସାମିଙ୍କ ପିତା କହିଥିଲେ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ।