ଅଡୁଆରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ । ସାମୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନା ଜାହାଁ

27

ଅଡୁଆରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମୀ । ସାମୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସିନା ଜାହାଁ । ଜାହାଁ ଏନେଇ ଫେସବୁକରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ସାମୀଙ୍କ ହ୍ୱାଟସଅପ ଚାର୍ଟର ସ୍କ୍ରିନ ସଟକୁ ତାଙ୍କ ପତ୍ନୀ ପୋଷ୍ଟ କରିଛନ୍ତି । ଯେଉଁଥରେ ଅନ୍ୟ ଯୁବତୀଙ୍କ ସହ ସାମୀଙ୍କ ଅଶାଳୀନ ଚାର୍ଟ ଗୁଡିକ ଦେଖିବାକୁ ମିଳିଛି । ଏଥିସହ ସାମୀ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ହସୀନ ଜାହାଁ ।

ଅନ୍ୟପଟେ ଅଭିଯୋଗ ଘେରରେ ଥିବା ଟିମ ଇଣ୍ଡିଆ କ୍ରିକେଟର ସାମୀ ଏନେଇ ଟୁଇଟ କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ତାଙ୍କ ବ୍ୟକ୍ତିଜତ ଜୀବନକୁ ନେଇ ପ୍ରସାରଣ ହେଉଥିବା ଖବର ସମ୍ପୂର୍ଣ୍ଣ ମିଛ ଓ ଏହା ପଛରେ ଷଡଯନ୍ତ୍ର ଥିବା କହିଛନ୍ତି ସାମୀ । ଅଭିଯୋଗ ଘେରରେ ଆସିବା ପରେ ହସୀନା ଜାହାଁଙ୍କ ଫେସବୁକ ଆକାଉଂଟ ଡିଆକ୍ଟିବେଟ ହେବା ସହ ଫୋନ ଯୋଗାଯୋଗ ହୋଇ ପାରୁନଥିବା ଜଣାପଡିଛି ।