ଉଜୁଡ଼ିଗଲା ସଜଡ଼ା କ୍ୟାରିୟର ! ପରକୀୟା ପ୍ରୀତି ଯୋଗୁଁ ସାମିଙ୍କ କ୍ରିକେଟ କ୍ୟାରିୟରରେ ପଡିପାରେ ପୂର୍ଣ୍ଣଛେଦ ?

32

କ୍ରିକେଟର ମହମ୍ମଦ ସାମିଙ୍କ ଅଡୁଆ ବଢିବାରେ ଲାଗିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଛନ୍ତି ସାମିଙ୍କ ପତ୍ନୀ ହସିନ ଜହାଁ । ସେ କହିଛନ୍ତି ସାମିଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲି । ୪ ଦିନ ଯାଏଁ ସାମିଙ୍କୁ ବୁଝାଇବାକୁ ଚେଷ୍ଟା କରିଛି । ଆଉ ଏବେ ପରିସ୍ଥିତି ସୀମା ଟପିଛି । ହସିନ ଜହାଁ ଆହୁରି କହିଛନ୍ତି ସମ୍ପର୍କ ଯୋଡି ରଖିବାକୁ ବହୁତ ଚେଷ୍ଟା କରିଥିଲି । କିନ୍ତୁ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିନାହାନ୍ତି ସାମି । ୨ ବର୍ଷ ହେବ ସବୁକିଛି ସହି ଆସିଛି । ତେବେ ସାମି ସମ୍ମାନର ସହିତ ରଖିଲେ ମୁଁ ତାଙ୍କ ପାଖେ ରହିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ହସିନ ।

ସେପଟେ ପତ୍ନୀ ହସିନ ଜହାଁଙ୍କ ଅଭିଯୋଗ ପରେ ସଫେଇ ଦେଇଛନ୍ତି ସାମି । ସବୁ ଅଭିଯୋଗର ତଦନ୍ତ ପାଇଁ ସେ ଦାବି କରିଛନ୍ତି । କ୍ୟାରିଅର ବାବଦରେ କହିଛନ୍ତି, ବିସିସିଆଇ ଯାହା ନିଷ୍ପତି କରିବ ସେ ମାନିବେ । ସାମିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବାର୍ଷିକ ଚୁକ୍ତିରୁ ବାଦ ଦେଇଛି ବିସିସିଆଇ । ଏପରିକି ଆଇପିଏଲରେ ସାମିଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ଲାଗି ରହିଛି । ହସିନ ଜହାଁ ସାମିଙ୍କ ବିରୋଧରେ ବନ୍ଦ କୋଠାରୀରେ ଧର୍ଷଣ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ । ଏ ନେଇ ସେ ଏକ ଅଡିଓ ଟେପ୍ ବି ଜାରି କରିଥିଲେ । ସାମିଙ୍କ ଅନୈତିକ ସମ୍ପର୍କ ନେଇ ହସିନ ଜହାଁ ପୋଲିସରେ ଅଭିଯୋଗ କରିଛନ୍ତି । । ଏହା ପରେ କୋଲକାତାରେ ସାମି ଓ ତାଙ୍କ ପରିବାରର ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ସାମିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ବି ମାମଲା ରୁଜୁ କରିଛ ିପୋଲିସ । ଏହାଛଡା ପୋଲିସ ରୁଜୁ କରିଥିବା ମାମଲାରେ ସାମିଙ୍କ ବିରୋଧରେ ପତ୍ନୀଙ୍କୁ ହତ୍ୟା କରିବା ଉଦ୍ୟମ ଅଭିଯୋଗରେ ଆଇପିସିର ଧାରା ୩୦୭ ବି ଲଗାଯାଇଛି ।