ଆଜି ମୋହାଲି ମୁକାବିଲା : ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍

30

କନକ ବ୍ୟୁରୋ : ଆଜି ମୋହାଲି ମୁକାବିଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ । ମୋହାଲିରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋଚକ ହେବବୋଲି ଆଶା କରାଯାଉଛି । ପୂର୍ବରୁ ଖେଳାଯାଇଥିବା ୨ ମ୍ୟାଚରୁ ଭାରତ ୧-୦ରେ ଆଗୁଆ ରହିଛି । ତେଣୁ ଦୃଢ ମନୋବଳ ସହ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ ।

ସେପଟେ ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ ବଂଚାଇବାକୁ ଚେଷ୍ଟା କରିବ ଇଂଲଣ୍ଡ । ମୋହାଲି ପିଚ୍ ଫାଷ୍ଟ ବୋଲରଙ୍କୁ ସୁହାଇବ । ହେଲେ ସ୍ପିନରଙ୍କ ଉପରେ ଭରସା କରିବ ଭାରତ । ଟିମ ଇଣ୍ଡିଆର ଆର ଅଶ୍ୱିନ ଓ ଜାଡେଜାଙ୍କ ଉପରେ ନଜର ରହିବ । ଏହି ପିଚରେ ଅଶ୍ୱିନ ୨ଟି ମ୍ୟାଚ ଖେଳି ୧୨ଟି ୱିିକେଟ ହାସଲ କରିଛନ୍ତି । ସେହିପରି ଜାଡେଜାଙ୍କର ମଧ୍ୟ ପୂର୍ବରୁ ଭଲ ପ୍ରଦର୍ଶନ ରହିଛି । ଜାଡେଜା ମୋହାଲି ପିଚରେ ୧୪ ୱିିକେଟ ହାସଲ କରିଛନ୍ତି ।