ଉତ୍ତରପ୍ରଦେଶ ମୋଗଲସରାଇ ଷ୍ଟେସନର ପରିବର୍ତ୍ତନ ହେଲା ନାମ : ଦିନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କଲେ ଯୋଗୀ ସରକାର

44

କନକ ବ୍ୟୁରୋ : ଉତ୍ତରପ୍ରଦେଶରରେ ଥିବା ମୋଗଲସରାଇ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଥିବା ସହ ନୂଆ ନାମକରଣ ମଧ୍ୟ କରାଯାଇଥିବା ସୂଚନା ମିଳିଛି । ଷ୍ଟେସନର ନାମ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଛି । ତେବେ ଏହି ପରିବର୍ତ୍ତନ କାର୍ଯ୍ୟରେ ବିଜେପି ସଭାପତି ଅମିତ ଶାହା ଯୋଗ ଦେଇଥିଲେ । ଏହାସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ନେତା ମଧ୍ୟ ଯୋଗଦେଇଥିଲେ । ତେବେ ଏହା ସହ ସେଠାକାର ଅନେକ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । କେବଳ ଏହା ନୁହେଁ ବରଂ ସମ୍ପୂର୍ଣ୍ଣ ରୂପରେ ଷ୍ଟେସନର ଦୋହରି କରଣ କରାଯିବ ।  ସମସ୍ତ ପ୍ଲାର୍ଟଫର୍ମର ମଧ୍ୟ ନୂତନ ଭାବରେ ପ୍ରସ୍ତୁତ କରାଯିବ । ତେବେ ୧୯୬୮ ମସିହାଠାରୁ ମୋଗଲସରାଇ ଷ୍ଟେସନ ପାଖରେ ଦିନ ଦୟାଲଙ୍କ ସମାଧିପୀଠ ରହିଛି ।

 

ତେଣୁ ଅନେକ ଦିନ ଧରି ଦାବି ହେଉଥିଲା ଯେ, ମୋଗଲସରାଇ ଷ୍ଟେସନର ନାମ ପରିବର୍ତ୍ତନ କରାଯାଉ ତେଣୁ ଆଜି ଏପରି ପରିବର୍ତ୍ତନ କରାଯାଇଥିବା ଜଣାପଡିଛି । ପୂର୍ବରୁ ଉତ୍ତରପ୍ରଦେଶ ସରକାର ଜୁନ ମାସରେ ହିଁ ଘୋଷଣା କରିଥିଲା ଯେ, ମୋଗଲସରାଇର ନାମ ପରିବର୍ତ୍ତନ କରାଯିବ । ତେବେ ଆଜ ଆନୁଷ୍ଠାନିକ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି । ଏହାପାଇଁ ଯୋଗୀ ସରକାର ଏକ ମନ୍ତ୍ରୀପରିଷଦର ବୈଠକ ମଧ୍ୟ ଡାକିଥିଲେ ଓ ଏହାର ନାମ ପରିବର୍ତ୍ତନ କରିବା ପାଇଂ ସେହି ବୈଠକରେ ହିଁ ସ୍ଥିର କରାଯାଇଥିଲା । ଏହାପରେ ଉତ୍ତରପ୍ରଦେଶର ମନ୍ତ୍ରୀ ପରିଷଦ ନେଇଥିବା ନିଷ୍ପତ୍ତିକୁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପାଖକୁ ସରକରା ପଠାଇଥିଲେ । ଚନ୍ଦୋଲିର ସାସଂଦ ଓ ଉତ୍ତରପ୍ରଦେଶର ରାଜ୍ୟ ବିଜେପି ସଭାପତି ମହେନ୍ଦ୍ର ନାଥ କହିଛନ୍ତି ଯେ, ମୋଗଲସରାଇର ନାମ ପରିବର୍ତ୍ତନ କରାଯାଇ ଯେଉଂ ବ୍ୟକ୍ତିଙ୍କ ନାମରେ କରାଗଲା ସେ ଜଣେ ମହାନ ବ୍ୟକ୍ତି । ତେଣୁ ଏପରି ନିଷ୍ପତ୍ତିକୁ ରାଜ୍ୟର ଲୋକ ସ୍ୱାଗତ କରିବେ ବୋଲି ଆମର ବିଶ୍ୱାସ ରହିଛି ବୋଲି ସେମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହାସହ ମୋଦି ସରକାର ଦେଶର ଉନ୍ନତି କରିବା ସହ ସମସ୍ତ ରେଳ ଧାରଣକୁ ନୂତନତ୍ୱ କରୁଥିବାରୁ ତାଙ୍କୁ ଧନ୍ୟବାଦ ବୋଲି ସେଠାରେ ଉପସ୍ଥିତ ଥିବା ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ।