ବଲାଙ୍ଗୀରରେ ବଦଳିଗଲେ ମୋଦି ? ୪୫ ମିନିଟର ଭାଷଣରେ ଶାଣିତ ନଥିଲା ପ୍ରଧାନମନ୍ତ୍ରୀଙ୍କ ସ୍ୱର

403

କନକ ବ୍ୟୁରୋ : ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଉପକୂଳ, ପରେ ଉତ୍ତର ଓ ଏବେ ପଶ୍ଚିମ ଓଡିଶାକୁ ଆସିଛନ୍ତି ମୋଦି । ଖାସକରି ବିଜେପି ଫୋକସରେ ଓଡିଶା ରହିଥିବା ବେଳେ ମୋଦିଙ୍କ ବାରମ୍ବାର ଓଡିଶା ଗସ୍ତ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିର ପାରା ସେତିକି ବଢୁଛି ।
– ପଥରଚେପାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଜନସଭାକୁ କରିବେ ସମ୍ବୋଧନ

– ଜୟ ଜଗନ୍ନାଥ ଓ ଜୟ ମା ସମଲେଇ, ଜୟ ମା ରାମଚଣ୍ଡୀ ଦେବୀ, ଜୟ ଶ୍ରୀ ହରିଶଙ୍କର କହିବା ସହ ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

– ଓଡିଶାର ମହାପୁରୁଷଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
– ଓଡିଶା ଲୋକଙ୍କ ସ୍ନେହ ଓ ଭଲପାଇବା ମୋତେ ବାରମ୍ବାର ଓଡିଶା ଟାଣି ଆଣିଛି
– ସନ୍ଥ କବି ଭୀମଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏଙ୍କ ଭଳି ବୀରପୁତ୍ରଙ୍କ ପାଇଁ ଦେଶ ଗର୍ବିତ
– ନକ୍ସଲ ଗୁଳିରେ ପ୍ରାଣ ହରାଇଥିବା ଓଡିଆ ପୁଅ  ଅଚ୍ୟୁତାନନ୍ଦ ସାହୁଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କଲେ ମୋଦି
– ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ବହୁତ ଦୁଃଖ ଦେଇଛି ।

– ଗୋଟିଏ ମାସ ମଧ୍ୟରେ ୨୦ ହଜାର କୋଟ ବିକାଶମୂଳକ କାମର ଆରମ୍ଭ ହୋଇଛି

– ଓଡିଆ ଗୀତ, ସଙ୍ଗୀତ, ଓଡିଶୀ ନୃତ୍ୟ ଓ ଓଡିଶାର ଭାଷା ଓ ସାହିତ୍ୟକୁ ପ୍ରଂଶସା କଲେ ମୋଦି

– ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ଆସ୍ଥାର ବହୁପୀଠ ରହିଛି

– ଓଡିଶାର ସଂସ୍କୃତି ଓ ପରମ୍ପରା ଉପରେ ପୂର୍ବରୁ ଧୂଳି ଜମି ଯାଇଥିଲା ତାହାର ପୁନରୁଦ୍ଧାର କାମ ଆରମ୍ଭ କରିଛି ବିଜେପି ସରକାର

– ଓଡିଶାର ପୁରାତନ ମନ୍ଦିରର ପୁନରୁଦ୍ଧାର କାମର ଦାୟିତ୍ୱ ନେଇଛି ବିଜେପି ସରକାର

– ଭାରତରୁ ଚୋରି ହୋଇଥିବା ପୁରାତନ ମୂର୍ତ୍ତିକୁ ଆଣିବାକୁ ଏବେ କେନ୍ଦ୍ର ସରକାର ଚେଷ୍ଟା ଚଳାଇଛନ୍ତି

– ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କଲେ ମୋଦି । ଷ୍ଟାଚ୍ୟୁ ଅଫ୍ ୟୁନିଟକୁ ବିରୋଧ କରୁଛନ୍ତି ବିରୋଧୀ

– ଓଡିଶାକୁ ଦିଆଯାଇଛି ୪ ହଜାର କୋଟି ଟଙ୍କାର ଖଣିଜ ପାଣ୍ଠି
– ଏହି ଅର୍ଥ ଖର୍ଚ୍ଚ ନହୋଇ ପଡି ରହିଛି

– ଏଠାକାର ସରକାରକୁ କଣ ହୋଇଛି
– ଏଠାକାର ସରକାର ଶୋଇ ରହିଛନ୍ତି
– କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଟଙ୍କା ଖର୍ଚ୍ଚ କରନ୍ତୁ ଏହି ସରକାର,ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ।

– ୧୦୦ ପ୍ରତିଶତ ରାସନକାର୍ଡର ଡିଜିଟାଲକରଣ କରାଯାଇଛି

– ଏହାଦ୍ୱାରା ବେଇମାନଙ୍କ ପକେଟକୁ ୯୦ ହଜାର କୋଟି ଟଙ୍କା ଯିବା ବନ୍ଦ ହୋଇଛି

– ଗରିବଙ୍କୁ ଲୁଟ୍ କରୁଥିବା ବେଇମାନଙ୍କୁ ଦଣ୍ଡ ଦେବାକୁ ଚୌକିଦାର ପ୍ରତିଶୃତିବଦ୍ଧ
– ଶିଶୁଙ୍କୁ ଶିକ୍ଷା, ଯୁବକଙ୍କୁ ରୋଜଗାର, ବୃଦ୍ଧଙ୍କୁ ଔଷଧ, କୃଷକଙ୍କୁ ଜଳସେଚନ ଓ ସମସ୍ତଙ୍କର ବିକାଶ କରୁଛି ବିଜେପି ସରକାର

– ଆଗକୁ ଆସୁଥିବା ଉତ୍ସବ ପାଇଁ ଶୁଭକାମନା ଦେଲେ ମୋଦି, ବନ୍ଦେ ଉତ୍କଳ ଜନନୀ କହିବା ସହ ଶେଷ କଲେ ଅଭିଭାଷଣ