ମୋଦିଙ୍କୁ ସୀତାରାମଙ୍କ ସମାଲୋଚନା ! କହିଲେ, କ୍ଷମତାକୁ ମୋଦି ଫେରିଲେ ସମ୍ବିଧାନ ପାଇଁ କ୍ଷତିକାରକ ।

225

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିପିଆଇ(ଏମ୍) ମହାସଚିବ ସୀତାରାମ ୟେଚୁରୀଙ୍କ ଟାର୍ଗେଟ । ସୀତାରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ପୁଣି କ୍ଷମତାକୁ ଫେରିବା ଭାରତୀୟ ସମ୍ବିଧାନ ପାଇଁ ଘାତକ ହେବ । କେରଳ ସଂରକ୍ଷଣ ଯାତ୍ରାରେ ଯୋଗ ଦେଇ କାସାରଗଡ଼ଠାରେ ମୋଦିଙ୍କୁ ନିଶାନା କରିଛନ୍ତି ସୀତାରାମ୍ ।

ଏହାସହ ସୀତାରାମ କହିଛନ୍ତି ଯେ, ଦେଶରେ ଦୀର୍ଘ ସାଢ଼େ ଚାରିବର୍ଷ ଶାସନ କରିଥିବା ମୋଦି ସରାକରଙ୍କ ସମୟରେ ଧନୀ ଏଠି ଧନୀ ହେଉଛି ଆଉ ଗରିବ ହେଉଛି ଗରିବ । ଧନି-ଗରିବଙ୍କ ମଧ୍ୟରେ ଦୂରତା ବଢ଼ିଚାଲିଛି । ମୋଦି ପୁଣିଥରେ କ୍ଷମତାକୁ ଫେରିଲେ ଏହା ଅଧିକ ବୃଦ୍ଧି ପାଇବ। ସେହିପରି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ୟେଚୁରୀ କହିଛନ୍ତି ଯେ, ଏହାକୁ ରାଜନୈତିକ ଅଭିସନ୍ଧି ରଖି ସାମ୍ପ୍ରଦାୟିକ ରୂପ ଦେବା ଅନୁଚିତ। କାରଣ ଆତଙ୍କବାଦୀଙ୍କର କୌଣସି ଜାତି କିମ୍ବା ଧର୍ମ ନ ଥାଏ । ତେଣୁ ଯେଉଁ ଯବାନ ସହିଦ ହୋଇଛନ୍ତି ସେମାନଙ୍କ ବଳିଦାନ ବ୍ୟର୍ଥ ହେବନାହିଁ ଯେମିତି ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ସେହିଭଳି ପଶ୍ଚିମବଙ୍ଗରେ ଉଭୟ ତୃଣମୂଳ କଂଗ୍ରେସ ଓ ବିଜେପି ଦଳ ପ୍ରମୂଖ ପ୍ରତିଦ୍ୱନ୍ଦି ରହିଛନ୍ତି । ଆମେ କଂଗ୍ରେସ ସହିତ ମେଣ୍ଟ କରିବା ଲକ୍ଷ୍ୟରେ ନୁହେଁ ବରଂ ମୋଦି ସରକାରକୁ ଦେଶରୁ ହଟାଇବା ପାଇଁ ଲଢ଼ିବୁ । ଉଚିତ୍ ସମୟ ଦେଖି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରି ନିଷ୍ପତି ନେବୁ । ଆଉ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଜବାବ ଦିଆଯିବ ।