ଗଣମାଧ୍ୟମ ସାମ୍ନାରେ ମୋଦି ପ୍ରକାଶ କଲେ ନିଜ ଜାତି ! ବିପକ୍ଷଙ୍କୁ ଦେଲେ ଏଭଳି ଯବାବ୍

226

ଏକ ଗଣମାଧ୍ୟମକୁ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟଣାର ପାଟଳିପୁତ୍ରରେ ତାଙ୍କ ଜାତି ଉପରେ ନେଇ ହୋଇଥିବା ପ୍ରଶ୍ନର ସିଧା ଜବାବ୍ ଦେଇଛନ୍ତି । ପିଏମ୍ ମୋଦି କହିଛନ୍ତି ମୁଁ ଗରିବ ଜାତିରୁ ଆସିଛି ଏବଂ ପ୍ରତି ଗରିବ ମୋ ଜାତି ଅଟନ୍ତି । ମୋଦି କହିଥିଲେ ଗୁଜୁରାଟରେ କେହି ମୋତେ ମୋ ଜାତିକୁ ନେଇ ପ୍ରଶ୍ନ ପଚାରିନଥିଲେ । ସେଠାରେ କାହାରିକୁ ମୋ ଜାତି ବିଷୟରେ ଜ୍ଞାତ ନାହିଁ । ମୋ ଜାତି ସହ କିଛି ନେଣଦେଣ ନାହିଁ ମୋ ଜାତି ହେଉଛି ଗରିବ ଜାତି । ସ୍ୱାଧୀନତାର ଏତେ ବର୍ଷ ପରେ ବି ଆଜିର ସମୟରେ ଗରିବଙ୍କ ଅବସ୍ଥା ଦେଖି ମୋତେ ଦୁଃଖ ଲାଗୁଛି ।

କଂଗ୍ରେସକୁ ଟାର୍ଗେଟ୍ କରି ସେ କହିଥିଲେ ତାଙ୍କର ୧୦ ବର୍ଷର କାର୍ଯ୍ୟକାଳ ଭିତରେ ୨୫ ଲକ୍ଷ ଘର ପ୍ରସ୍ତୁତ ହୋଇଛି କିନ୍ତୁ ମୋଦି ସରକାରଙ୍କ କାର୍ଯ୍ୟକାଳ ଭିତରେ ଦେଢ କୋଟି ଘର ପ୍ରସ୍ତୁତ ହୋଇଛି । ଯଦି ଏହି କାମ ଆଗରୁ ହୋଇଥାନ୍ତା ତେବେ ଆଜି ଗରିବର ସ୍ଥିତି ଏଭଳି ହୋଇନଥାନ୍ତା । ଯଦି ଏହା ପୂର୍ବରୁ ହୋଇଥାନ୍ତା ତେବେ ମୋତେ ଶୌଚାଳୟ ପ୍ରସ୍ତୁତ କରିବାକୁ ପଡିନଥାନ୍ତା । ଏହି ସବୁ କାମ ସ୍ୱାଧୀନତା ପରେ ୨୫ ବର୍ଷ ଭିତରେ ହୋଇଯିବା କଥା କିନ୍ତୁ ମୋତେ ଏବେ ଏହି ସବୁ କାମ କରିବାକୁ ପଡୁଛି ।