ମୋଦିଙ୍କ ମାଷ୍ଟରପ୍ଲାନର କମାଲ୍ ! ଭାରତୀୟଙ୍କୁ ମାଲାମାଲ୍ କରିବେ ବିଦେଶୀ

31

ପ୍ରଧାନମନ୍ତ୍ରୀ ମୋଦି ସ୍ୱିଜରଲାଣ୍ଡର ଦାଭୋସରେ ସାରା ବିଶ୍ୱର ଲୋକଙ୍କୁ ଭାରତର ଛବି ଓ ଅର୍ଥବ୍ୟବସ୍ଥା ନୂଆ ସମ୍ଭାବନା ବିଷୟରେ ଜଣାଇଛନ୍ତି । ଆଉ ମୋଦିଙ୍କ ଏହି ରଣନୀତି ପ୍ରଭାବରେ ପାଞ୍ଚମାସ ପରେ ସାରା ବିଶ୍ୱର ନିବେଶକ ଭାରତକ ଆଡ଼କୁ ଅକର୍ଷିତ ହେବେ ବୋଲି ଆଶା କରାଯାଉଛି । ଆଉ ଏହାର ଲାଭ ଉଠାଇବେ ସାଧାରଣ ଜନତା । ତେବେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ଏପରି ସମ୍ଭାବନା ସୃଷ୍ଟି ହୋଇଛି । ନୂଆ ବର୍ଷ ପୂର୍ବରୁ ଶେୟାର ବଜାରରେ ନିବେଶ ବୃଦ୍ଧିି ପାଇଛି । ଆଉ ଏହା ପଛରେ ରହିଛି ବିଦେଶୀ ନିବେଶକଙ୍କ ହାତ । ବିଦେଶୀମାନେ ଜାନୁୟାରୀ ପୂର୍ବରୁ ୧୫ ଦିନରେ ୬ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି । ଏଥିରେ ସାଧାରଣ ନିବେଶକ ମ୍ୟୁଚୁଆଲ ଫଣ୍ଡରେ ଲଗାଇଥିବା ଟଙ୍କା ବୃଦ୍ଧି ପାଉଛି । ତେବେ ଆସନ୍ତୁ ଜାଣିବା ମୋଦିଙ୍କର କ’ଣ ରହିଛି ମାଷ୍ଟରପ୍ଲାନ . .

ବିଶେଷଜ୍ଞଙ୍କ ଅନୁସାରେ ସରକାର ନିଜ ଖର୍ଚ୍ଚକୁ ପୁରଣ କରିବା ପାଇଁ ୫୦,୦୦୦ କୋଟିର ଅତିରିକ୍ତ ଋଣ ନେବାର ଯୋଜନା ଥିଲା । କିନ୍ତୁ ମୋଦି ଏହି ଋଣକୁ ୬୦ ପ୍ରତିଶତ ହ୍ରାସ କରିଦେଇଛନ୍ତି । ସାଧାରଣ ଶଦ୍ଦରେ କହିଲେ ପ୍ରଥମେ ସରକାର ୫୦୦୦୦ କୋଟି ଟଙ୍କାର ଅତିରିକ୍ତ ଋଣ ନେବାର ଯୋଜନା ଥିଲା, ଯାହାକୁ ହ୍ରାସ କରି ୨୦,୦୦୦ କୋଟି ଟଙ୍କା କରିଦେଇଛନ୍ତି । ମୋଦିଙ୍କ ଏହି ପଦକ୍ଷେପର ପ୍ରଭାବରେ ବ୍ୟାଙ୍କିଂ ଶେୟାରର ବୃଦ୍ଧି ପାଇବାରେ ଲାଗିଛି । ଏହା ବ୍ୟତୀତ ଘରୋଇ କମ୍ପାନୀ ଗୁଡ଼ିକର ସ୍ଥିତି ଭଲ ରହିଛି । ଆମେରିକା ଓ ଏସିଆ ବଜାରରେ ଲଗାତାର ଘରୋଇ ବଜାରରେ ବିଦେଶୀ ନିବେଶକ ଟଙ୍କା ନିିବେଶ କରୁଛନ୍ତି । ଗତବର୍ଷ ଶେଷ ୫ ମାସରେ ଲଗାତାର ବିଦେଶୀ ନିବେଶଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜାନୁୟାରୀରେ ବିଗତ ୧୬ ଟ୍ରେଣ୍ଡିଂ ସେଶନରେ ବିଦେଶୀ ନିବେଶମାନେ ପାଖାପାଖି ୬୫୬୫ କୋଟି ଟଙ୍କା ଶେୟାର ବଜାରରେ ନିବେଶ କରିଛନ୍ତି । ଘରୋଇ ନିବେଶକମାନେ କେବଳ ୨୬୮ କୋଟି ନିବେଶ କରିଛନ୍ତି । ୧ ଜାନୁୟାରୀରୁ ୨୨ ଜାନୁୟାରୀ ୨୦୧୮ ପର୍ଯ୍ୟନ୍ତ ୬୫୬୭ କୋଟି ଟଙ୍କା ନିବେଶ କରିଛନ୍ତି ବିଦେଶୀ । ଅନ୍ୟପଟେ ଡିସେମ୍ବର ୨୦୧୭ରେ ୬୪୧୧ କୋଟି ନିବେଶ କରିଛନ୍ତି ।