ରେଳଯାତ୍ରୀଙ୍କ ପାଇଁ ଖୁସିଖବର ଆଣିଲା ମୋଦିଙ୍କ ହୋଲି ଗିଫ୍ଟ ! ଶସ୍ତା ହେଲା ଟିକଟ, ବାସ କରିବାକୁ ପଡିବ ଗୋଟିଏ କାମ

144

ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସିଖବର । କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ହୋଲି ଉପହାର ବର୍ଷା କରୁଛନ୍ତି । ପ୍ରଥମେ ଗ୍ୟାସ ଦରରେ ହ୍ରାସ କରିବା ପରେ ଏବେ ରେଳ ଟିକଟ ମଧ୍ୟ ଶସ୍ତା କରିଛି । ଏଣିକି ଆପଣ ଅନଲାଇନ୍ ଓ ଅଫଲାଇନ୍ ଯେଉଁଥିରେ ଟିକେଟ କଲେ ମଧ୍ୟରେ ଶସ୍ତାରେ କରିପାରିବେ। ଭାରତୀୟ ରେଳବାଇ ଦ୍ୱାରା ଟିକେଟ ବୁକ୍ କରିବା ସମୟରେ ନିଅଯାଉଥିବା ମରଚାଣ୍ଟ ଡିସକାଉଣ୍ଟ ଚାର୍ଜ (ଏମଡିଆର୍)କୁ ହଟାଇ ଦିଆଯାଇଛି। ଏହି ସୁବିଧା ଏକଲକ୍ଷ୍ୟ ଟଙ୍କାର ନେଣଦେଣ ଆଧାରରେ ମିଳିବ।

ରେଳବାଇ ସ୍ପଷ୍ଟ କରି କହିଛନ୍ତି, ଯଦି ଆପଣ ଅନଲାଇନ୍ କିମ୍ବା ଅଫଲାଇନରେ ଡେବିଟ କାର୍ଡରୁ ଟିକେଟ କାଟୁଛନ୍ତି, ତେବେ ଆପଣଙ୍କ ଠାରୁ ଏମଡିଆର୍ ଚାର୍ଜ ନିଆଯିବ ନାହିଁ। ଅର୍ଥ ମନ୍ତ୍ରାଳୟ ସମସ୍ତ ବ୍ୟାଙ୍କଙ୍କୁ ଏହି ସମ୍ବନ୍ଧରେ ଫେବ୍ରୁଆରି ୨୬ ତାରିଖରେ ନିର୍ଦ୍ଦେଶ ଜାରି କରିଛି। ଭାରତ ସରକାର ଡିଜିଟାଲ ଓ କ୍ୟାସଲେସକୁ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।

ଏତଦବ୍ୟତୀତ ଭାରତୀୟ ରେଳବାଇ ସ୍ଥାନୀୟ ଭାଷାରେ ଟିକେଟ ବୁକ୍ କରିବାର ଯୋଜନା ବି ଆରମ୍ଭ କରି ଦେଇଛି। ଏହି ସୁବିଧା ରିଜରଭେସନ୍ ଓ ଅଣରିଜରଭେସନ୍ ଉଭୟ ଟିକେଟରେ ଲାଗୁ କରାଯିବ। ଏହାର ଆରମ୍ଭ କନ୍ନଡ ଭାଷା ଜରିଆରେ କରାଯାଇଛି। ବର୍ତ୍ତମାନ ଏହି ସୁବିଧା ମହୀଶୂର, ବେଙ୍ଗାଲୁରୁ, ହୁବୁଳି ଷ୍ଟେସନରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି।