କନକ ବ୍ୟୁରୋ : କଳାଧନ ପ୍ରସଙ୍ଗରେ ଗୋଆରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ନୋଟ୍ ବ୍ୟାନ ନେଇ ନିଷ୍ପତି ଅପରିବର୍ତ୍ତିତ ରହିବ । କଳାଧନ ରୋକିବାକୁ ସମସ୍ତ ପ୍ରୟାସ ଜାରି ରହିବ । ସମସ୍ତ କାର୍ଯ୍ୟ ସଚ୍ଚୋଟତାର ସହିତ କରାଯାଉଛି । ଦେଶବାସୀଙ୍କୁ ମୁଁ ଅନ୍ଧାରରେ ରଖିବାକୁ ଚାହୁଁ ନାହିଁ ।

ତେବେ ପୁରୁଣା ନୋଟ୍ ବ୍ୟାନ ପରେ ଦେଶରେ ଦେଖା ଦେଇଥିବା ଅର୍ଥନୈତିକ ଅବସ୍ଥା ସୁଧାରିବା ପାଇଁ ଦେଶବାସୀଙ୍କୁ ୫୦ ଦିନ ସମୟ ମାଗିଛନ୍ତି ମୋଦି । ସେ କହିଛନ୍ତି ୭୦ବର୍ଷ ଧରି ଚାଲି ଆସିଥିବା କଳାଧନ କାରବାରକୁ ସେ ଶେଷ କରିବାକୁ ଚାହୁଁଛନ୍ତି । ପୂର୍ବ ସରକାର ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଂଚା ଦେଉଥିଲେ ।