ଆଗାମୀ ସମୟରେ ଶସ୍ତାରେ ହୋଇପାରିବେ ଚିକିତ୍ସା ! ହୃଦରୋଗ ଠାରୁ ଆରମ୍ଭ କରି କର୍କଟ ରୋଗ ରୋଗୀଙ୍କୁ ମିଳିବ ଅଧିକ ସୁବିଧା

34

ସରକାରଙ୍କ ତରଫରୁ ଉପସ୍ଥାପନ ହେଉଥିବା ମୋଦି କେୟାର ଯୋଜନା ଅନୁସାରେ ଚିକିତ୍ସା ୨୦ ପ୍ରତିଶତ ଶସ୍ତା ହୋଇଯିବ । ଏହି ପ୍ରକାରେ ମୋଦି କେୟାର, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା(ସିଜିଏଚଏସ) ରୁ ମଧ୍ୟ ଶସ୍ତାରେ ହୋଇପାରିବ । ସିଜିଏଚଏସର ଲାଭ ସରକାରୀ କର୍ମଚାରୀ, ପେନସନଭୋଗୀ ଓ ତାଙ୍କ ପିଲାମାନେଙ୍କୁ ମିଳେ । ମୋଦି କେୟାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଜ ତରଫରୁ ୧୩୫୪ ପ୍ୟାକେଜ ପାଇଁ ରେଟ୍ ଲିଷ୍ଟ କରିଛି । ଏଥିରେ ୨୩ ଟି ପ୍ୟାକେଜ୍ ଭୟଙ୍କର ରୋଗ ପାଇଁ ପ୍ରସ୍ତୁତ କରାଯାଇଛଇ । ଏହି ରୋଗରେ ହୃଦରୋଗ ସମ୍ମନ୍ଧୀୟ, ଆଖି, ହାଡ଼ ରୋଗ ଓ କର୍କଟ ଆଦି ରୋଗ ସାମିଲ ଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ଗୁଡ଼ିକ ସହ ମୋଦି କେୟାରର ନୂଆ ମୂଲ୍ୟ ସ୍ଥିର କରିଛି । କେତେ ଦିନ ପର୍ଯ୍ୟନ୍ତ ରୋଗୀ ଅସ୍ତ୍ରୋପଚାର ପରେ ଓ ପୂର୍ବରୁ ରହିବ ଏହାର ନିର୍ଦ୍ଧାରଣ ହେବ । ସରକାରଙ୍କ ଅନୁସାରେ ମୋଦି କେୟାର ଆରମ୍ଭ ହେବା ପରେ ଚିକିତ୍ସା ବହୁତ ଶସ୍ତା ହୋଇଯିବ । କାରଣ ଲୋକ ଏହି ଯୋଜନା ଅନୁସାରେ ବେସରକାରୀ ଡାକ୍ତରଖାନାରେ ମଧ୍ୟ ରିହାତି ମୂଲ୍ୟରେ ଚିକିତ୍ସା କରାଇପାରିବେ ।

ମୋଦି କେୟାର ଯୋଜନାର ୮ ଗୋଟି ଖାସ କଥା !

୧. ଏହି ଯୋଜନାର ଲକ୍ଷ୍ୟ ଭାରତର ୧୦.୭ କୋଟି ଲୋକ ଏବଂ ପରିବାରକୁ ସ୍କିମ ସହ ଯୋଡିବା ।

୨. ମୋଦିକେୟାର ଯୋଜନା ମାଧ୍ୟମରେ ଭାରତର ୫ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ ବୀମା ମିଳିବ ।

୩. ପରିବାରର ସବୁ ସଦସ୍ୟ ଏହି ଯୋଜନା ସହ ଜଡିତ ହୋଇପାରିବେ ।

୪. ଏହି ଯୋଜନା ଅନୁସାରେ କେଉଁ ପରିବାରକୁ ଏହାର ସୁବିଧା ମିଳିବ ତାହା ଆର୍ଥିକ ଆଧାରରୁ ସି୍ଥର କରାଯିବ ।

୫. ଯୋଜନା ଅନ୍ତର୍ଗତ ପରିବାରକୁ ସରକାରୀ,ବେସରକାରୀ କିମ୍ବା ଦେଶର ଯେକୌଣସି ସ୍ଥାନରେ ଚିକିତ୍ସିତ ହେବାର ସୁବିଧା ମିଳିବ ।

୬. ଆୟୁଷ୍ମାନ ଭାରତ ସ୍କିମ ସମ୍ପୂର୍ଣ୍ଣ ଭାବେ କ୍ୟାସଲେସ ଅଟେ ।

୭. ଏହି ଯୋଜନାରେ ବୀମା କଭରକୁ ନେଇ ନିର୍ଦ୍ଧିଷ୍ଟ ବୟସସୀମାର ଆବଶ୍ୟକତା ନାହିଁ ।

୮. ଯୋଜନା ଅନୁସାରେ ଭାରତରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ହେବ । ଏହି ଯୋଜନାରେ ବେସରକାରୀ କେନ୍ଦ୍ର ମଧ୍ୟ ଅନ୍ତର୍ଭୁକ୍ତ ।