ମୋଦି ଫିଟନେସ୍ ଚାଲେଂଜର ଭିଡିଓ ସୁଟ୍ ପାଇଁ ଖର୍ଚ୍ଚ ହେଲା ୩୫ ଲକ୍ଷ ! ଯୋଗ ଦିବସରେ ଫଟୋ ଓ ଭିଡିଓ ସୁଟରେ ଖର୍ଚ୍ଚ ୨୦ କୋଟି ।

43

କନକ ବ୍ୟୁରୋ : ୨୦୧୮ ମସିହା ଜୁନ ୨୧ ତାରିଖ ବିଶ୍ୱ ଯୋଗ ଦିବସ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ କରୁଥିବାର ଫଟୋ ଓ ଭିଡିଓ ଏବେ ସାରା ବିଶ୍ୱରେ ଭାଇରାଲ ହୋଇଛି । ମୋଦି ଏହି ଭିଡିଓରେ ଅନେକ ମୁଦ୍ରାରେ ଯୋଗ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟିକୁ ବିଜେପିର ମିଡିଆ ସେଲ କାର୍ଟୁନ ମଧ୍ୟ କରିଛନ୍ତି । ଯାହାକୁ ପ୍ରସ୍ତୁତ କରିବା ଲାଗି ୪୦ ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି । ଏହି ବିଷୟରେ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମରେ ମଧ୍ୟ ଜନସାଧାରଣଙ୍କୁ କହିସାରିଛନ୍ତି ।

ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ନିଖୁଣତାର ଭାବରେ ଯୋଗ କରୁଥିବାର ଦେଖା ଯାଇଥିଲା । ଏହା ବିଷୟରେ ପ୍ରଧାନମନ୍ତ୍ରୀଙ୍କର ଅଫିସରୁ କୌଣସି ସୂଚନା କିନ୍ତୁ ଦିଆଯାଇ ନାହିଁ । ସାଧାରଣରେ ମତ ପ୍ରକାଶ ପାଉଛି କି କେନ୍ଦ୍ର ସରକାର ଏଥିଲାଗି ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ଆୟୋଜନ ଲାଗି ମାତ୍ର ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅର୍ଥ କୌଣସି ଏକ ସଂଗଠନ ଦେଇଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି ।
ପୂର୍ବରୁ ଆରଟିଆଇ ଏକ ରିପୋର୍ଟରେ କହିଥିଲା ଯେ, ୨୦୧୫ ମସିହାରେ କେନ୍ଦ୍ର ସରକାର ଯୋଗର ପ୍ରଚାର ଓ ପ୍ରସାର କରିବା ଲାଗି ୧୫ ହଜାର ୮୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ଏଥର ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଚଳିତ ବର୍ଷ ଯୋଗ ଦିବସରେ ଭାଇରାଲ ହୋଇଥିବା ଫଟୋ ଓ ଭିଡିଓର ଏଡିଟିଂ ଏକ ବେସରକାରୀ ସଂସ୍ଥା କରିଛି ଏବଂ ଏହାକୁ କରିବା ଲାଗି ୩ ଦିନ ସମୟ ଲାଗିଛି । ତେବେ ସେ ବେସରକାରୀ ସଂସ୍ଥାର ନାମ ବର୍ତ୍ତମାନ ସମୟରେ ବି ସାମନାକୁ ଆସିନାହିଁ ।

ମୋଦି ନିଜର ଯୋଗ ସମୟର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ତେବେ ଆୟୁଷ ବିଭାଗ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଟଙ୍କା ଯୋଗର ପ୍ରଚାର ଓ ପ୍ରସାର ଦିଗରେ ହିଁ ଖର୍ଚ୍ଚ କରାଯାଇଥିବା କଥା ଏଥିରେ କୁହାଯାଇଛି । ଏତେ ପରିମାଣରେ ଟଙ୍କାକୁ ଅନେକ ନାପସନ୍ଦ ମଧ୍ୟ କରିଛନ୍ତି । ପୂୂର୍ବବର୍ଷ ଯୋଗ ଦିବସରେ ୩୨.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

୧୯୩ ଦେଶରେ ଯୋଗ ଦିବସ ପାଳନ କରାଯାଉଥିବା କଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି । ଯୋଗ ଦିବସରେ ୨୦୧୫ ମସିହାରେ ୭.୫୯ କୋଟି ସହ ବୈଦେଶିକ ବିଭାଗ କେବଳ ୯ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି । ଏହି ଦିବସରେ ମଧ୍ୟ ଅନେକ ଅନୁଷ୍ଠାନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଆରଚ୍ ନାମକ ଏକ କମ୍ପାନୀ ରାଜପଥରେ ଯୋଗ ଦିବସ ଲାଗି ୩ ଲକ୍ଷ ୬୭ କୋଟି ଟଙ୍କା ଖର୍ଚ୍ଚ କରିଛି । ୩୬୦୦୦ ଯୋଗ ମ୍ୟାଟ ମଧ୍ୟ କିଣାଯାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଏତେ ପରିମାଣରେ ଅର୍ଥ ଖର୍ଚ୍ଚକୁ ବିରୋଧ କରିଛି କଂଗ୍ରେସ । କଂଗ୍ରେସର ନେତା ସଞ୍ଜୟ ନିରୁପମ କହିଛନ୍ତି ଯେ, ମୋଦି ୧୫୦ ରୁ ଉଦ୍ଧ୍ୱର୍ ଥର ବିଦେଶ ଯାତ୍ରା କରିଛନ୍ତି ଓ ପାଖାପାଖି ୩୫୦ କୋଟି ଟଙ୍କା ମଧ୍ୟ ଏହି ଯାତ୍ରାରେ ଖର୍ଚ୍ଚ ହେଉଛି । ସଂସଦରେ ମାତ୍ର ୧୯ ଦିନ ମୋଦି ରହିଛନ୍ତି ବୋଲି କଟାକ୍ଷ କରି ଏହା କହିଛନ୍ତି ନିରୁପମ । କେବଳ ନିଜର ଯୋଗ ଭିଡିଓକୁ ସେୟାର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ନିକଟରେ ସମୟ ଅଛିି ଓ ଅନ୍ୟମାନଙ୍କ ସହ ଫିଟନେସ ବିଷୟରେ ଆଲୋଚନା କରିବା ଲାଗି ତାଙ୍କ ପାଖରେ ସମୟ ଅଛି ବୋଲି ସେ କହିଛନ୍ତି ।

ମୋଦି ନିଜର ଯୋଗ ଭିଡିଓର ଆରମ୍ଭରୁ ପ୍ରକୃତି ସମ୍ପର୍କରେ କିଛି ସମୟ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ କହିଥିବା ଭିଡିଓଟିରେ ଦେଖାଯାଇଛି ।