ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଲିଙ୍ଗରାଜଙ୍କୁ ପୂଜା କଲେ ମୋଦି ! ମନ୍ଦିର ପରିବେଶକୁ ସଫା ରଖିବାକୁ ଦେଲେ ପରାମର୍ଶ

30

କନକ ବ୍ୟୁରୋ : ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ପ୍ରଭୁ ଲିଙ୍ଗରାଜଙ୍କ ପୂଜା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଭୁଙ୍କ ପାଖରେ ବେଲପତ୍ର, ପଇଡ ଓ ଫୁଲ ଅର୍ପଣ କରି ପୂଜାର୍ଚ୍ଚନା କରିଛନ୍ତ ମୋଦି । ପ୍ରଧାନମନ୍ତ୍ରୀ ମନ୍ଦିରର ବେଢ଼ା ପରିକ୍ରମା କରିଛନ୍ତି । ଏହି ସମୟରେ ଶିବମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ପୀଠ । ମନ୍ଦିରର କାନ୍ଥରେ ଓଡିଆ ଶିଳ୍ପୀଙ୍କ ନିହାଣ ମୁହଣ ମୁନରେ କାରୁକାର୍ଯ୍ୟକୁ ଦେଖିଛନ୍ତି ମୋଦି ।

ମନ୍ଦିରରେ ପୂଜକ ମାନଙ୍କ ସହ ଫଟୋ ପୋଜ୍ ଦେଇଛନ୍ତି ମୋଦି । ମନ୍ଦିର ପରିସରକୁ ସଫା ରଖିବାକୁ ପୂଜକମାନଙ୍କୁ ପରାମର୍ଶ ଦେଇଛନ୍ତି ମୋଦି । ଗସ୍ତକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ମୋଦିଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଜମା ହୋଇଥିଲେ ।