ବାରାଣସୀରୁ ବିଜୟ ମୁକୁଟ ପିନ୍ଧିଲେ ମୋଦି । ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ପ୍ରଧାନମନ୍ତ୍ରୀ ।

171

କନକ ବ୍ୟୁରୋ : ଚମକିଲେ ଚୌକିଦାର । ପୁଣି ଥରେ ବାରାଣସୀ ଆସନରୁ ବଡ ବିଜୟ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟରେ ଜିତି ମୋଦି ବିଜୟ ମୁକୁଟ ପିନ୍ଧିଥିବା ଜଣାପଡିଛି । ୨୦୧୪ ନିର୍ବାଚନର ମୋଦି ଲହର ୨୦୧୯ରେ ମୋଦି ସୁନାମିରେ ପରିଣତ ହୋଇଛି । ବିରୋଧୀଙ୍କ ସବୁ ରଣନୀତିକୁ ମାତ୍ ଦେଇ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିବାକୁ ଯାଉଛନ୍ତି ମୋଦି ।