ଏଗଜିଟ୍ ପୋଲ୍ ରେ ମୋଦିଙ୍କ ମହାଜିତ୍ ପରେ ସୋସିଆଲ୍ ମିଡିଆରେ ବିପକ୍ଷଙ୍କୁ ନେଇ ଉଡିଲା ମଜା ! ମମତା ବାନାର୍ଜୀ ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରସ୍ତୁତ ହେଲା ମିମ୍ । 

237

ଲୋକସଭା ନିର୍ବାଚନ ୨୦୧୯ ଅନ୍ତିମ ଚରଣ ରବିବାର ଶେଷ ହୋଇସାରିଛି । ଏହାପରେ ବିଭିନ୍ନ ଏଗଜିଟ୍ ପୋଲ୍ କୁ ଆସିଥିବା ଅନୁମାନ ବିପକ୍ଷ ପାର୍ଟିଙ୍କୁ ଚମକାଇ ଦେଇଛି । ଏହି ଏଗଜିଟ୍ ପୋଲ୍ ମୁତାବକ ୨୦୧୯ ରେ ପୁଣିଥରେ ମୋଦି ସରକାର ନିଜ ଜଲୱା ଦେଖାଇବେ ।

ଏଗଜିଟ୍ ପୋଲ୍ ରେ ଭାରତୀୟ ଜନତା ପାର୍ଟି ତରଫରୁ ଉତ୍ସାହିତ ପ୍ରତିକ୍ରିୟା ମିଳିଛି ଏବଂ କୁହାଯାଇଛି ଏଥିରୁ ଜଣାପଡୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରେ କେତେ ସପୋର୍ଟ ରହିଛି ଜଣାପଡୁଛି । ଏଗଜିଟ୍ ପୋଲରେ ଯେଉଁ ଚ୍ୟାନେଲ୍ ୫୪୨ ସିଟ୍ ମିଳିଥିବା କଥା କହୁଛନ୍ତି ସେମାନଙ୍କ ଆଧାରରେ ବିଜେପି ନେତୃତ୍ୱରେ ଏନଡିଏ ବହୁମତ ଅନୁମାନ କରାଯାଉଛି ।

ଏଗଜିଟ୍ ପୋଲ୍ କୁ ନେଇ ହୋଇଥିବା ମିମ୍ ମଧ୍ୟ ଖୁବ୍ ମଜାଳିଆ ହୋଇଛି । ଯାହାକୁ ୟୁଜର ଖୁବ୍ ପ୍ରଶଂସା କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ମିମ୍ ଖୁବ୍ ଭାଇରାଲ୍ ହେଉଛି ।