ଆସନ୍ତା ୧୬ରେ ଓଡ଼ିଶା ଆସିବେ ମୋଦି । ରାଜଧାନୀରେ ରୋଡ୍ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

151

କନକ ବ୍ୟୁରୋ: ମୋଦିଙ୍କ ଫୋକସରେ ଓଡ଼ିଶା । ବିଜେପି ଷ୍ଟାର ପ୍ରଚାରକ ଭାବେ ମାରାଥନ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନଜର ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ପଡ଼ିଛି । ଆଉ ବିଜେପି ହାତକୁ ଦଖଲ କରିବା ପାଇଁ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଭୁବନେଶ୍ୱରରେ ରୋଡ ସୋ’ କରିବା ସହ ବରମୁଣ୍ଡାରେ ଅନୁଷ୍ଠିତ ଏକ ଜନସଭାରେ ଉଦବୋଧନ ଦେବେ । ଏହା ପୂର୍ବରୁ ସେ ଏକ ବିଶାଳ ରୋଡ ସୋ’ ରେ ଯୋଗ ଦେବେ ।

ସୂଚନା ମୁତାବକ, ମୋଦିଙ୍କ ଏହି ରୋଡ଼ ସୋ’ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଗଙ୍ଗନଗର ଓ ଓୟୁଏଟି ଛକ ଦେଇ ବରମୁଣ୍ଡାରେ ପହଞ୍ଚିବ । ଅନ୍ୟପକ୍ଷରେ ସେହି ଦିନ ମୋଦି ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ଏକ ଜନସଭାରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବୋଲି ବିଜେପି ରାଜ୍ୟ ଉପ-ସଭାପତି ସମୀର ମହାନ୍ତି କହିଛନ୍ତି । ଆସନ୍ତା ୨୩ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଉଭୟ ଭୁବନେଶ୍ୱର ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ଏପ୍ରିଲ ୨୩ରେ ମତଦାନ ହେବ । ତେଣୁ ଏହା ପୂର୍ବରୁ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ଘମାସାନ୍ ପ୍ରଚାର କରିବାକୁ ଅଣ୍ଟା ଭିଡିଛନ୍ତି ମୋଦି ।