କେରଳ ପାଇଁ ଖୋଲାଯିବ ସହାୟତାର ଭଣ୍ଡାର ! ୬୦୦ କୋଟି ଅଗ୍ରୀମ ପରିମାଣ ମାତ୍ର, ମୋଦି କହିଲେ କେରଳକୁ ଆହୁରି ଦିଆଯିବ ।

23

କେରଳରେ ବନ୍ୟାର ତାଣ୍ଡବ ପରେ ବିଭିନ୍ନ ରାଜ୍ୟରୁ ଛୁଟିଛି ସହାୟତାର ସୁଅ । କେରଳବାସୀଙ୍କ ଜୀବନ ଦୁର୍ଭିସହ ହୋଇପଡିଥିବା ବେଳେ ଏବେ ପୂର୍ବବସ୍ଥାକୁ ଫେରିବା ପାଇଁ ପୁଣି ଅଣ୍ଟା ଭିଡିଛନ୍ତି କେରଳବାସୀ । କେରଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ଅନୁସାରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା କମ ବୋଲି ବିଭିନ୍ନ ମହଲରୁ ମୋଦି ସରକାରଙ୍କୁ ସମାଲୋଚନା କରାଯାଉଛି । ବେଶ କିଛି ଦିନ ଚୁପ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳ ରାଜ୍ୟପାଳ ପି. ସଦାଶିବମଙ୍କୁ ସେ କହିଛନ୍ତି ଯେ ଦିଆଯାଇଥିବା ୬୦୦ କୋଟି କେବଳ ଏକ ଅଗ୍ରୀମ ପରିମାଣ ଥିଲା । ପ୍ରକୃତ ରାଶି କେନ୍ଦ୍ରୀୟ ଟିମ ଦ୍ବାରା କ୍ଷୟକ୍ଷତି ଆକଳନ କଲା ପରେ ଦିଆଯିବ ।

କେରଳର ପୁନଃନିର୍ମାଣରେ ଅର୍ଥର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି । କେରଳ ରାଜ୍ୟପାଳ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ରିଲିଫ ଓ ଥଇଥାନ କାର୍ୟ୍ୟର ଅଗ୍ରଗତି ସଂପର୍କରେ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ଯେ କେରଳ ପାଇଁ ରାଜ୍ୟ ସରକାର ପ୍ରାୟ ୨୬୦୦ କୋଟିର ସହାୟତା ମାଗିଥିବାବେଳେ କେନ୍ଦ୍ର ସରକାର ୬୦୦ କୋଟି ଦେଇଥିବାରୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିଲା ।