ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ମୋଦି କରିବେ ବଡ ଘୋଷଣା ! ଆପଣଙ୍କ ଉପରେ ବି ପଡିପାରେ ପ୍ରଭାବ

35

ଦେଶର ଅର୍ଥ ବ୍ୟବସ୍ଥାକୁ ସଠିକ୍ ଦିଗ ଦେବା ପାଇଁ ଲଗାତାର ଚେଷ୍ଟାରତ ମୋଦି ସରକାର । ଏଥିପାଇଁ ଅନେକ ବଡ ବଡ ପଦକ୍ଷେପ ମଧ୍ୟ ନେଇ ସାରିଛନ୍ତି ମୋଦି । ଯାହାର ଏକ ତାଜା ଉଦାହରଣ ହେଉଛି ବିମୁଦ୍ରାକରଣ । ଏବେ ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ଆର୍ଥିକ ବର୍ଷକୁ ଏପ୍ରିଲରୁ ମାର୍ଚ୍ଚ ପରିବର୍ତ୍ତେ ଜାନୁଆରୀରୁ ଡିସେମ୍ବର କରିବା ପାଇଁ ନିଷ୍ପତି ନେଇସାରିଛନ୍ତି । ଏପରିକି ଶୁଣିବାକୁ ମିଳିଛି ଏନେଇ ସରକାର ପ୍ରସ୍ତୁତିରେ ଲାଗିପଡିବା ସହ ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ଆରମ୍ଭ କରିସାରିଛନ୍ତି ।

ଆର୍ଥିକ ବର୍ଷ ପରିବର୍ତ୍ତନ ପାଇଁ ଗତବର୍ଷ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟି ଡିସେମ୍ବର ମାସରେ ରିପୋର୍ଟ ମଧ୍ୟ ପ୍ରଦାନ କରିସାରିଛି । ରିପୋର୍ଟରେ ପରିବର୍ତ୍ତନର କାରଣ , ପରିବର୍ତ୍ତନ ପରେ ଚାଷ ଓ ଚାଷୀଙ୍କ ଉପରେ ଏହାର ପ୍ରଭାବ ଆଦି ଉଲ୍ଲେଖ ରହିଛି ।

ମୋଦିଙ୍କ କହିବା ଅନୁଯାୟୀ, ଭାରତ ଏମିତି ଏକ ଦେଶ ଯେଉଁଠି କୃଷି ଆୟ ମହତ୍ୱ ରଖେ । ତେଣୁ ବର୍ଷର କୃଷି ଆୟ ପ୍ରାପ୍ତି ପରେ ପରେ ବଜେଟ୍ ତିଆରି କରିବା ଉଚିତ୍ । ତେବେ ମୋଦିଙ୍କ ବୟାନ ପରେ ବଜେଟ ଚକ୍ରକୁ ଜାନୁଆରୀରୁ ଡିସେମ୍ବର କରିବାରେ ମଧ୍ୟ ପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ।