ଆଜି ଯବାନଙ୍କ ସହ ନଜର ଆସିବେ ପ୍ରଧାନମନ୍ତ୍ରୀ ! CISFର ୫୦ତମ ପ୍ରତିଷ୍ଠା ଦିବସରେ ହେବେ ସାମିଲ ।

88

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହରେ ସାମିଲ ହେବେ ଏବଂ ଯବାନମାନଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦି ଗାଜିଆବାଦର ଇନ୍ଦିରାପୁରମ ଠାରେ ସିଆଇଏସଏଫର ୫ମ ବାଟାଲିୟନ୍ କ୍ୟାମ୍ପରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ୬ଜଣ ଅଧିକାରୀ ଏବଂ ଜଣେ ଯବାନଙ୍କୁ ସମ୍ମାନିତ କରିବେ ।

ପ୍ରଧାନମନ୍ତ୍ରୀ ଭାରତୀୟ ବାୟୁସେନାର ହେଲିକପ୍ଟରରେ ଆୟୋଜନ ସ୍ଥଳରେ ପହଞ୍ଚିବେ । ପ୍ରଥମ କ୍ୟାମ୍ପସରେ ଥିବା ସହିଦ ସ୍ମାରକରେ ପୁଷ୍ପାଞ୍ଜଳି ଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏସପିଜି ସମେତ ୧୦୦୦ ପୋଲିସ କର୍ମୀ ଏବଂ ସିଆଇଏସଏଫର ପାଖାପାଖି ୧୨ ଶହ ଯବାନଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି । ଏହା ସହ ହାଇରାଇଜ୍ ବିଲଡିଂରେ ମଧ୍ୟ ସ୍ନାଇପରଧାରୀ ଯବାନ ଉପସ୍ଥିତ ରହିବେ । ବିନା ପାସ କିମ୍ବା ପରିଚୟପତ୍ରରେ କାହାରିକୁ ପ୍ରବେଶ କରିବାକୁ ଦିଆଯିବନାହିଁ ।