ଚୀନ୍ ମିଡିଆରେ ମୋଦିଙ୍କୁ ତାରିଫ୍ ! ବିଜେପି ପାଇଁ ‘ମୋଦି ମ୍ୟାଜିକର କମାଲ୍ ଥିଲା ୨୦୧୭’ ବୋଲି ଦର୍ଶାଇଛି ଚୀନ୍ ସମ୍ବାଦପତ୍ର

44

ସୀମା ବିବାଦ ଓ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଚୀନ ଭାରତ ସହ ଯେତେ ଶତ୍ରୁତା ଭାବ ସୃଷ୍ଟି କଲେ ବି ସେଠାରେ ସରକାରୀ ମିଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ନାମକରା ବ୍ୟକ୍ତିତ୍ୱ ଭାବେ ଚିତ୍ରଣ କରିଛନ୍ତି । ଚୀନର ସରକାରୀ ସମାଚାର ଏଜେନ୍ସି ସିଂହୁଆରେ ପ୍ରକାଶିତ ଏକ ଆର୍ଟିକଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଖୁବ୍ ତାରିଫ୍ କରାଯାଇଛି । ‘ମୋଦି ୱେଭ୍ ୱର୍କସ୍ ମ୍ୟାଜିକ୍ ଫର୍ ଇଣ୍ଡିଆସ୍ ରୁଟିଂ ବିଜେପି ଇନ୍ ୨୦୧୭’ । ଶୀର୍ଷକରେ ଏହି ଆର୍ଟିକଲରେ କୁହାଯାଇଛି କି ସେ ସରକାରରେ ନିଜର ୩ବର୍ଷ ପୁରା କରିସାରିଛନ୍ତି । । ୨୦୧୭ ମସିହା ଶେଷ ହେବାକୁ ଯାଉଛି । ଏବଂ ଯଦି ଆମେ ରାଜନୈତିକ ପ୍ରତିସ୍ପର୍ଦ୍ଧା ଭାବେ ଦେଖିବା ତ ଭାରତୀୟ ରାଜନୀତିରେ ଏହି ‘ବ୍ରାଣ୍ଡ ମୋଦି’ ର ବର୍ଷ ଭାବେ ଜଣାଯିବ । ଲେଖାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କର ମଧ୍ୟ ତାରିଫ୍ କରାଯାଇଛି ।

ଏହି ଆର୍ଟିକଲରେ ୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଥିବା ସଫଳତା କାରଣରୁ ‘ମୋଦି ମ୍ୟାଜିକ୍ ’ ଭାବେ କୁହାଯାଇଛି । ଲେଖାରେ କୁହାଯାଇଛି , ‘୨୦୧୪ରେ ବିଜେପିର ଅପୂର୍ବ ସଫଳତା ସହ ଆରମ୍ଭ ହୋଇଥିବା ମୋଦି ଲହରୀ ସରିବାର ସଂକେତ ବି ଦେଉନାହିଁ । କାରଣ ପାର୍ଟି କଠିନ ସଂଘର୍ଷ ମଧ୍ୟରେ ଆଉ କିଛି ରାଜ୍ୟରେ ନିଜର ସରକାର କରିସାରିଛି । ଏହି ବର୍ଷ ହୋଇଥିବା ରାଜ୍ୟଗୁଡିକର ନିର୍ବାଚନରେ ମୋଦି ଷ୍ଟାର୍ ଫେସ୍ ରହିଛନ୍ତି ।’

ଆଉ ମଧ୍ୟ ଏହି ଚୀନ ଆର୍ଟିକଲରେ କୁହାଯାଇଛି , ‘ମୋଦି ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ସକ୍ଷମ ହୋଇଛନ୍ତି । ଏବଂ ଏହି କାରଣରୁ ବିଜେପି ପାର୍ଟି ୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନ ପରେ ୧୭ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ୯ଟି ସିଟରେ ଜିତିପାରିଛି ।’ ଏଥିରେ ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଓ ଗୁଜୁରାଟ ନିର୍ବାଚନ ସାମିଲ୍ ଅଛି ।

ସିଂହୁଆରେ ପ୍ରକାଶିତ ଏହି ଆର୍ଟିକଲରେ ନୋଟବନ୍ଦୀ ଓ ୟୁପି ନିର୍ବାଚନରେ ଏହାର ପ୍ରଭାବ ବିଷୟରେ ମଧ୍ୟ ଲେଖାଯାଇଛି । ଲେଖା ମୁତାବିକ୍ ‘ମୋଦି ସରକାର ନୋଟବନ୍ଦୀରେ ନିଜର ଏଜେଣ୍ଡା କାରଣରୁ ଭାରି ଆଲୋଚନାର ସାମ୍ନା କରିବାକୁ ପଡିଥିଲା । ଯାହାର ବିରାଧ କଂଗ୍ରେସ ନେତୃତ୍ୱମାନେ କରିଥିଲେ । ଏହା ସତ୍ୱେ ୟୁପିରେ ଭାଜପା ପାର୍ଟିକୁ୩୧୨ ସିଟ୍ ହାସଲ ହୋଇଥିଲା । ବିଏସପି ଓ ଏସପି ଭଳି କ୍ଷେତ୍ରୀୟ ପାର୍ଟିମାନେ ପୁରା ହଜିଗଲେ । ଏବଂ ଜାତୀୟ ସମୀକରଣକୁ ଇଙ୍ଗ ଝଟକା ଲାଗିଥିଲା । ’ ଏହି ଲେଖାରେ ଅମିତ୍ ଶାହଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି । ବିଜେପି ସଂଗଠନରେ ତାଙ୍କୁ ପ୍ରମୂଖ ଭୂମିକା ରହିଛି । ମୋଦିଙ୍କ ଲୋକପ୍ରିୟତା ଯୋଗୁଁ ଦେଶର ସବୁ ରାଜ୍ୟରେ ମୋଦି ମ୍ୟାଜିକ୍ କାମ କରିଛି । ଧିରେ ଧିରେ ବିଜେପି ଦୃଢ ହୋଇଛି ।

ଚୀନ ସମ୍ବାଦପତ୍ରର ଏହି ଲେଖାରେ କଂଗ୍ରେସର ନବନିଯୁକ୍ତ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ବିଷୟରେ ମଧ୍ୟ ଅବତାରଣା କରାଯାଇଛି । ଏଥିରେ କୁହାଯାଇଛି କି ଯେଉଁଭଳି ଭାବେ ରାହୁଲ୍ ଗାନ୍ଧୀଙ୍କର ଲୋକପ୍ରିୟତା ବଢିଛି ଏବଂ ପଂଜାବ ଓ ଦିଲ୍ଲୀରେ ବିଜେପିକୁ ହାରିବାକୁ ପଡିଛି , ଏମିତିରେ ୨୦୧୯ର ନିର୍ବାଚନରେ କିଛି ଭିିନ୍ନ ଦେଖିବାକୁ ମିଳିବ । ଏଥିପାଇଁ ବିଜେପି ପାଇଁ ଏହି ସମୟ ରିଆଲିଟି ପରୀକ୍ଷା ପରି ହେବ ।

( ସୌଜନ୍ୟ- ନବଭାରତ ଟାଇମ୍ସ)