ଚଳଚଂଚଳ ବିଜେପି ଶିବିର

28

ବାଲେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଗରୁ ରାଜ୍ୟ ବିଜେପି ଶିବିର ଚଳଚଂଚଳ । ଆସନ୍ତା ୨ରେ କେନ୍ଦ୍ର ସରକାରଙ୍କ ଦୁଇ ବର୍ଷ ପୁର୍ତି ଅବସରରେ ବାଲେଶ୍ୱରରେ ଆୟୋଜନ କରାଯାଉଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ଏହା ପୂର୍ବରୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ଆଇଟିଆଇ ପଡିଆ, ପରିମିଟ ପଡିଆ, ପୁଲିସ ଲାଇନ ପଡିଆ, ନରହରିପୁର ପଡିଆ ବୁଲି ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ମନମୋହନ ସାମଲ ଓ ପ୍ରତାପ ଷଡଙ୍ଗୀ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରସ୍ତୁତିର ତଦାରଖ କରିଛନ୍ତି । ଗତ କିଛି ମାସ ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ଏହା ହେବ ତୃତୀୟ ଓଡିଶା ଗସ୍ତ ।