କେନ୍ଦ୍ରମନ୍ତ୍ରୀଙ୍କ ମୋଦି ଗୁଗଲି

54

ବାଲେଶ୍ୱର : ସାରା ସହରରେ ମୋଦି ମାନିଆ । ବିକାଶ ଉତ୍ସବ ପାଇଁ ଉତ୍ସବମୁଖର ବାଲେଶ୍ୱର । ସବୁଠି ପଦ୍ମଫୁଲ ଆଉ ଦଳୀୟ ପତାକାର ଭିଡ । ରାଜ୍ୟନେତା , କେନ୍ଦ୍ରମନ୍ତ୍ରୀ । କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତେ ଲସରପସର । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ଶୁଣାଇବେ ସରକାରଙ୍କ ଦି ବର୍ଷର ଉପଲବ୍ଧି । ତେବେ ପ୍ରତିଥର ନବୀନଙ୍କ ପାଇଁ ନୀରବ ନହେଲେ ବିଜେଡି ସରକାରକୁ ପ୍ରଂଶସା କରି ଫେରି ଯାଇଥିବା ମୋଦି ,କଣ କହିବେ ଏଥର । ଏହା ପୂର୍ବରୁ ଆଜି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗୁଗଲି , ରାଜ୍ୟ ରାଜନୀତିରେ ସସପେନସ ସୃଷ୍ଟି କରିଛି ।

ଆସାମ ପରେ ଓଡିଶା । ବିଜେଡି ଏହି ନାରା ଦେବା ପୂର୍ବରୁ ଦିଲ୍ଲୀରୁ ଖଣ୍ଡିଆ ଭୂତ ଭଳି ଏକଥା ମାଡି ଆସିଲାଣି ଓଡିଶାକୁ । କୁହାଯାଉଛି , ଶାହା –ମୋଦି ଯୋଡି ୨୦୧୯ରେ ଓଡିଶା ପିଚରେ ସେଂଚୁରୀ ମାରିବାକୁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ହେଲେ କ୍ଲିନ୍ ସୁଇପର ରେକର୍ଡ କରିଥିବା ବିଜେଡି ନେତା କିନ୍ତୁ କନଫିଡେଂଟ । କାରଣ ମୋଦିଙ୍କ ସେଂଚୁରୀକୁ ଡବଲ୍ ସେଂଚୁରୀ ମାରି ଟକ୍କର ଦେବାର ଫର୍ମୁଲା ଜାଣିଛନ୍ତି ଦଳୀୟ ସୁପ୍ରିମୋ ।

ସେପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରିବାକୁ ରାଜ୍ୟ ପୁଲିସର ପ୍ରସ୍ତୁତି ବି ଚୁଡାନ୍ତ ପର୍ଯ୍ୟାୟରେ । ୬୦ ପ୍ଲାଟୁନ୍ ଶସସ୍ତ୍ର ପୁଲିସ୍ ଘେରି ଗଲେଣି ବାଲେଶ୍ୱର ସହରକୁ । ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ନେତୃତ୍ୱରେ ଚାଲିଛି ସୁରକ୍ଷା ବ୍ୟବସ୍ଥାର ଯାଂଚ । କାଳବୈଶାଖୀ ବର୍ଷାରେ ସଭାସ୍ଥଳ ବେହାଲ୍ ହୋଇଯିବା ପରେ ପୁଣି ଚାଲିଛି ମରାମତି ଓ ସାଜସଜ୍ଜା ।

ଆସନ୍ତାକାଲି ଦିଲ୍ଲୀରୁ ବିମାନରେ ସିଧାସଳଖ ଆସି ବାଲେଶ୍ୱରରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୯ଟାରେ ଦେବେ ଓଡିଶାବାସୀଙ୍କୁ ଉଦବୋଧନ ।