ମୋଦିଙ୍କ ସମରସଜ୍ଜା

24

ବାଲେଶ୍ୱର : କେନ୍ଦ୍ରୀୟ ବିଜେପିର ନୂଆ ପରୀକ୍ଷଣ କେନ୍ଦ୍ର । ଆସାମ ପରେ ଓଡିଶା । ବାଲେଶ୍ୱରରେ ହେବ ବିକାଶ ଉତ୍ସବ । କୁହାଯାଉଛି , ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଏତେ କମ୍ ସମୟ ବ୍ୟବଧାନରେ ଓଡିଶାକୁ ବାରମ୍ବାର ଆସୁଛନ୍ତି । ତେଣୁ ଏ ଗସ୍ତକୁ ନେଇ ରାଜନୈତିକ ମହଲରେ ଚାଲିଛି ଗରମାଗରମ ଚର୍ଚ୍ଚା । କୁହାଯାଉଛି , କେନ୍ଦ୍ର ବିଜେପିର ଏହା ହେଉଛି ମିଶନ ୨୦୧୯ର ଅୟମାରମ୍ଭ । ଆଉ ଅପ୍ରତିଦ୍ୱନ୍ଦୀ ନବୀନ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ବିଜେପି କରୁଛି କି ରଣନୀତି । ବିଜେପିର ମିଶନ ୨୦୧୯ର ପ୍ରଥମ ପର୍ବ କି । ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ମୋଦି ଗସ୍ତକୁ ବିଜେଡି କରିଛି ସମାଲୋଚନା ।

ସେପଟେ ୫ଲକ୍ଷ ଜନତାଙ୍କ ଟାର୍ଗେଟକୁ ନେଇ ରାଜ୍ୟ ବିଜେପି ଚଳାଇଛି ଆୟୋଜନ । ସାରା ରାଜ୍ୟରୁ ବାଲେଶ୍ୱରକୁ ଆସିବେ ଲୋକ । ମୋଦିଙ୍କ ଆଖି ଆଗରେ ସୃଷ୍ଟି ହେବ ଜନସମୁଦ୍ର । ଏଥିପାଇଁ ୯୦ ହଜାରରୁ ଅଧିକ ଚାରିଚକିଆ ଯାନ ବୁକ୍ ହୋଇଛି । ଏହାବାଦ୍ ନିଜ ନିଜ ବାଇକରେ ବି ଆସିବେ କର୍ମୀ । ଆଉ ନିଜ ନେତା ଓ କର୍ମୀଙ୍କ ଆଗରେ ମୋଦି କହିବେ ନିଜ ସରକାରର ସଫଳତାର କଥା । ଆହୁରି କହିବେ , ଓଡିଶା ପାଇଁ କଣ ରହିଛି ତାଙ୍କ ସ୍ୱପ୍ନର ଡାଏରୀରେ । କହିବାକୁ ଗଲେ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିବ ବିଜେପି । ଏଥିପାଇଁ ତିନିଦିନ ହେଲା ରାଜ୍ୟ ବିଜେପି ସଭାପତି ନିଜ ସେନାବାହିନୀଙ୍କୁ ନେଇ ଡେରା ପକାଇଛନ୍ତି ବାଲେଶ୍ୱରରେ ।

ଜଣେ ଓଡିଶାର ଲୋକପ୍ରିୟ ନେତା , ଆଉ ଜଣେ ଦେଶର । ଆଉ ଏବେ , ନବୀନଙ୍କ ଗଡକୁ କବଜା କରିବାକୁ ମୋଦି ଆରମ୍ଭ କରିଛନ୍ତି ରଣନୀତି । ଯାହାକୁ ନେଇ ସରଗରମ୍ ରାଜନୀତି ।