ମୋଦିଙ୍କ ଗସ୍ତ ନେଇ ଚଳଚଂଚଳ ବିଜେପି ଶିବିର : ସେପଟେ କଟକରେ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

31

କଟକ ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ୍ ଡିଜି କେବି ସିଂହ । ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ସମୟରେ ୫ ଜଣ ଏସପି, ୬ ଜଣ ଏଏସପି, ୧୨ ଜଣ ଡିଏସପି, ୩୦ରୁ ୪୦ ଜଣ ଇନ୍ସପେକ୍ସର, ୨୦୦ ଜଣ ଏସଆଇ ଓ ଏଏସଆଇ , ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ରହିବେ ବୋଲି ଡିଜିପି ସୂଚନା ଦେଇଛନ୍ତି । ଅନ୍ୟପଟେ ମୋଦିଙ୍କ ଗସ୍ତ ପୂର୍ବରୁ ବାଲେଶ୍ୱର ସ୍ଥିତି ଅନୁଧ୍ୟାନ କରିଛି ରାଜ୍ୟ ବିଜେପି ଟିମ । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଜେପି ସଭାପତି ବସନ୍ତ ପଣ୍ଡା ସଭା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତା ଜୁନ୍ ୨ ତାରିଖ ସକାଳ ୯ଟାରେ ବାଲେଶ୍ୱରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ଏହା ସହ ନବୀନ ସରକାରଙ୍କୁ ହିସାବ ମାଗିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର