ଜୁଲାଇ ମାସରେ ଇସ୍ରାଏଲ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !

31

କନକ ବ୍ୟୁରୋ : ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତ କରିବେ । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଇସ୍ରାଏଲ ଗସ୍ତ କରିବାକୁ ଯାଉଛନ୍ତି । ପଶ୍ଚିମ ଏସିଆ ଦେଶ ସହ ସର୍ମ୍ପକ ମଜବୁତ କରିବା ପାଇଁ ମୋଦିଙ୍କ ଇସ୍ରାଏଲ ଗସ୍ତ ବିଶେଷ ଭୂମିକା ନିଭାଇବାକୁ ଯାଉଛି ।

ମୋଦିଙ୍କ ଇସ୍ରାଏଲ ଗସ୍ତର ନେଇ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷାପରାମର୍ଶ ଦାତା ଅଜିତ ଡୋଭାଲ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ସହ ସାକ୍ଷାତ କରିସାରିଛନ୍ତି । ତେବେ ଇସ୍ରାଏଲ ଓ ଫିଲିସ୍ତିନ ମଧ୍ୟରେ ଚାଲିଥିବା ସଂର୍ଘଷ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଫିଲିସ୍ତିନ ଗସ୍ତ ଅନିଶ୍ଚିତା ଭିତରେ ରହିଛି ।