ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆରେ ଭବ୍ୟ ସ୍ୱାଗତ : ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚୁକ୍ତି

37

କନକ ବ୍ୟୁରୋ : ୫ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡୋନେସିଆର ଜାକର୍ତ୍ତାରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଶହ ଶହ ଭାରତୀୟ ବିମାନବନ୍ଦର ବାହାରେ ଉପସ୍ଥିତ ରହି ମୋଦି ମୋଦି ସ୍ଲୋଗାନ ଦେଇଥିଲେ । ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଜାକର୍ତ୍ତାରେ ମୋଦି ଛୋଟ ଛୋଟ ପିଲାଙ୍କୁ ବି ଭେଟିଥିଲେ । ପରେ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ମୋଦି ଓ ଇଣ୍ଡୋନେସିଆର ରାଷ୍ଟ୍ରପତି ଆଉ କିଛି ସମୟ ପରେ ଜାକୋ ପତଙ୍କ ଉତ୍ସବକୁ ଉଦଘାଟନ କରିବେ ।

ଦିନ ୩ଟାରେ ଭାରତ ସମୁଦାୟଙ୍କୁ ସମ୍ବୋଧିତ କରିବେ । ସନ୍ଧ୍ୟାରେ ଭାରତ-ଇଣ୍ଡୋନେସିଆ ସିଇଓ ସମ୍ମିଳନୀରେ ଯୋଗଦେବେ । ଭାରତ-ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ବୃଦ୍ଧି ଚୀନ ପାଇଁ ବଡ ବିପଦ ବୋଲି କୁହାଯାଉଛି । ଇଣ୍ଡୋନେସିଆ ସାମିରକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସବାଙ୍ଗ ବନ୍ଦରକୁ ବ୍ୟବହାର ପାଇଁ ଭାରତକୁ ଅନୁମତି ଦେଇଛି । ଏହି ବନ୍ଦର ଆଣ୍ଡାମାନ-ନିକୋବର ଦ୍ୱୀପରୁ ମାତ୍ର ୭୧୦ କିଲୋମିଟର ଦୂରରେ ରହିଛି । ବିବିସିର ରିପୋର୍ଟ ଅନୁସାରେ, ଭାରତ ଏଠାରେ ଅର୍ଥନୈତିକଜୋନ କରିବା ସହ ହସପିଟାଲ ନିର୍ମାଣ କରିବେ । ସୈନ୍ୟ ଓ ଆର୍ଥିକ ଦୃଷ୍ଟିରୁ ଏହି ବନ୍ଦରକୁ ବେଶ ଗୁରୁତ୍ୱପୂରର୍ଣ୍ଣ ମନେକରାଯାଉଛି ।