ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବିଜୟ ସଂକଳ୍ପ ସମାବେଶରେ ଜନତାଙ୍କୁ ସମ୍ବୋଧିତ କରିବେ ମୋଦି

ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

192

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭବାନୀପାଟଣାରେ ପହଞ୍ଚିଛନ୍ତି ମୋଦି । ଆଜି ଦିନିକିଆ ଭବାନୀପାଟଣା ଗସ୍ତରେ ଆସିଛନ୍ତି ମୋଦି । କ୍ରିଷ୍ଣା ନଗର ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଜନତାଙ୍କ ସମ୍ବୋଧିତ କରିବେ ମୋଦି । ଏହା ପୂର୍ବରୁ ଜୟପୁର ଗସ୍ତରେ ମୋଦି ଉଭୟ ବିଜେଡି ଏବଂ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ନବୀନ ସରକାରଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆଣିବା ସହ ଓଡ଼ିଶାରେ ପରିବର୍ତନ ପାଇଁ ଜନତାଙ୍କୁ ଆହ୍ୱାନ ଦେଇଥିଲେ ।

ବଡ କଥା ହେଉଛି ଗତ ରବିବାର ଦିନ- ମେଁ ଭି ଚୌକିଦାର କାର୍ଯ୍ୟକ୍ରମରେ ଓଡ଼ିଶା ସଂପର୍କରେ ଏକ ବଡ ବୟାନ ରଖିଥିଲେ ମୋଦି । କହିଥିଲେ- ଓଡ଼ିଶାରେ ଏକ ବଡ ପରିବର୍ତନ ହେବାକୁ ଯାଉଛି, ଯାହା ସମସ୍ତଙ୍କୁ ଚକିତ କରିଦେବ । ଏମିତି କି ତ୍ରିପୁରା ଭଳି ସ୍ଥିତି ଦେଖିବାକୁ ମିଳିବ ବୋଲି ମୋଦି କହିଥିଲେ । ଏହା ପରେ ପରେ ନବୀନ ପଟ୍ଟନାୟକ ମୋଦିଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଥିଲେ- ଓଡ଼ିଶାରେ ବିଜେଡି ଖୁବ୍ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ । ତେବେ ଦେଖିବାର କଥା ମୋଦି ଭବାନୀପାଟଣା ଗସ୍ତରେ ତ୍ରିପୁରା ଫର୍ମୁଲା ସଂପର୍କରେ କହୁଛନ୍ତି ନା ନାହିଁ? ।