ମୋଦିଙ୍କ ଆମେରିକା ଗସ୍ତ ଉପରେ ସାରା ବିଶ୍ୱର ନଜର ! ଚିନ୍ତାରେ ପଡିଛି ଚୀନ, ଆଂଚଳିକ ସ୍ଥିରତାକୁ ଧ୍ୟାନ ଦେବାକୁ ପରାମର୍ଶ

34

କନକ ବ୍ୟୁରୋ: ଚଳିତ ସପ୍ତାହରେ ଆମେରିକା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ମୋଦି ଆମେରିକା ଗସ୍ତରେ ଯାଉଛନ୍ତି । ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କ ସହ କିଛି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆତଙ୍କବାଦ, ସୁରକ୍ଷା ଓ ଆର୍ଥିକ ସହାୟତା ସମ୍ବନ୍ଧରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ ।

ଜୁନ୍ ୨୬ ଅପରାହ୍ନରେ ଟ୍ରମ୍ପଙ୍କୁ ଭେଟିବେ ମୋଦି । ଏନେଇ ସୂଚନା ପ୍ରଦାନ କରିଛି ଭାରତୀୟ ବୈଦେଶିକ ବିଭାଗ । ରବିବାର ଆମେରିକା ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚିନ୍ତାରେ ଚୀନ । ଉଭୟ ନେତାଙ୍କ ଆଲୋଚନା ଆଂଚଳିକ ଶାନ୍ତି ଓ ସ୍ଥିରତା ଦିଗରେ ସହାୟକ ହେବା ଉଚିତ ବୋଲି ଚୀନ କହିଛି । ଦକ୍ଷିଣ ଚୀନ ସାଗର ମାମଲାରେ ହସ୍ତକ୍ଷେପ ନକରିବାକୁ ପରାମର୍ଶ ଦେଇଛି ।

ମୋଦି-ଟ୍ରମ୍ପ ଭେଟ ଆଗରୁ ପାକିସ୍ତାନକୁ ଝଟ୍କା । ପାକିସ୍ତାନକୁ ଅମ ନାଟୋ ସହଯୋଗୀ ରାଷ୍ଟ୍ର ତାଲିକାରୁ ବାଦ୍ ଦେବା ପାଇଁ ଆମେରିକା କଂଗ୍ରେସରେ ଏକ ସର୍ବଦଳୀୟ ବିଲ ଉପସ୍ଥାପନ ହୋଇଛି । ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢେଇ କରିବାରେ ବିଫଳ ହୋଇଛି ବୋଲି ବରିଷ୍ଠ ସଦସ୍ୟମାନେ ମତ ଦେଇଛନ୍ତି ।