ସୋସିଆଲ ମିଡିଆରେ ସକ୍ରିୟ ପ୍ରଧାନମନ୍ତ୍ରୀ ! ଟ୍ୱିଟରରେ ଚତୁରତାର ସହ ନିର୍ବାଚନ ଏଜେଣ୍ଡା ପ୍ରସ୍ତୁତ କରନ୍ତି ମୋଦି

42

କନକ ବ୍ୟୁରୋ : ନିର୍ବାଚନ ପ୍ରଚାର ବେଳେ ସୋସିଆଲ ମିଡିଆକୁ ବେଶ୍ ଚତୁରତାର ସହ ବ୍ୟବହାର କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏମିତିକି ପୁରା ବିଶ୍ୱରେ ପ୍ରାୟ ୩ କୋଟିି ୬୦ଲକ୍ଷ ଲୋକ ମୋଦିଙ୍କ ଟ୍ୱିଟରକୁ ଫଲୋ କରନ୍ତି । ବିଜେପି କ୍ଷମତାକୁ ଆସିବା ପରଠାରୁ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ପ୍ରଭାବିତ କରିବାକୁ ଭରପୁର ଉଦ୍ୟମ କରୁଛି । ଆମେରିକାର ଇଂଟରନ୍ୟାସନାଲ ଜର୍ଣର୍ଲ ଅଫ କମ୍ୟୁନିକେସନ କିଛି ଏଭଳି ତଥ୍ୟ ଦେଇଛି । ଆମକେରିକୀୟ ଗବେଷକ କହିଛନ୍ତି, ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବା କ୍ଷେତ୍ରରେ ଟ୍ୱିଟର ମୋଦିଙ୍କ ପାଇଁ ଏକ ପ୍ରମୁଖ ଅସ୍ତ୍ର ।

ଆମେରିକାର ୟୁନିଭର୍ସିଟି ଅଫ ମିଚିଗାନର ଏକ ଗବେଷଣା କହୁଛି ଟ୍ୱିଟର ବିଜେପି ସପକ୍ଷରେ ବାତାବରଣ ସୃଷ୍ଟି କରିବ । କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଲୋକଙ୍କ ମନ ଜିଣିବା ପାଇଁ ମୋଦିି ଟ୍ୱିଟରରେ କିଛିି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଟ୍ୱିଟ କରୁଛନ୍ତି । ଏବେ ନଜର ପକାନ୍ତୁ କେମିତି ରହିଥାଏ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର । ନରେନ୍ଦ୍ର ମୋଦି ଟ୍ୱିଟରରେ ମୁଖ୍ୟତଃ ୯ଟି ବିଷୟରେ ନିଜ ମତ ରଖନ୍ତି । ରାହୁଲ ଗାନ୍ଧୀ, ଦୂର୍ନିତୀ, ବିକାଶ, ବୈଦେଶୀକ ନୀତି, ବୈଷୟିକ ଜ୍ଞାନ କୌଶଳ, ହିନ୍ଦୁତ୍ୱ, କ୍ରିକେଟ ଓ ମନୋରଞ୍ଜନ ଭଳି ପ୍ରସଙ୍ଗ ସ୍ଥାନ ପାଇଥ୍ଧଶ । ନିର୍ବାଚନ ପୂର୍ବରୁ ବିଶେଷ ଭାବେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥାନ୍ତି ମୋଦି ।

ଏହାସହ ରିପୋର୍ଟ କହୁଛି, ୨୦୧୪ ପରବର୍ତ୍ତୀ ସମୟରେ ହୋଇଥିବା ବିଭିନ୍ନ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦୂର୍ନିତୀ ସହ ଯୋଡି ଅନେକ ଟ୍ୱିଟ୍ ଆସିଥାଏ । ଏମିତିକି ଉତ୍ତର ପ୍ରଦେଶ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିବା କହିଛନ୍ତି ଆମେରୀକିୟ ଗବେଷକ । ଆଉ ନିର୍ବାଚନ ପରେ ଲୋକଙ୍କୁ ଛୁଇଁଲା ଭଳି ଟ୍ୱିଟ କରନ୍ତି ମୋଦି । ଏଥିରେ ରହିଥାଏ କ୍ରିକେଟ ଓ ମନୋରଞ୍ଜନ ସମ୍ପର୍କୀତ ତଥ୍ୟ, ଯାହା ବହୁମାତ୍ରାରେ ଭାରତୀୟଙ୍କୁ ପ୍ରଭାବିତ କରିଥାଏ । ୬ବର୍ଷ ଧରି ପ୍ରାୟ ୯ହଜାର ଟ୍ୱିଟ୍କୁ ତର୍ଜମା କରିବା ପରେ ଆମେରିକୀୟ ୟୁନିଭର୍ସିଟି ଏହି ତଥ୍ୟ ଦେଇଛି । ଏମିତିକି ରିପୋର୍ଟ କହୁଛି ଟ୍ୱିଟର ପେଜରେ ଟ୍ରମ୍ପଙ୍କ ପରେ ମୋଦିଙ୍କ ସର୍ବାଧିକ ଫଲୋଅର ରହିଛନ୍ତି । ଗ୍ରାମଂଚଳ ଲୋକଙ୍କ ପାଖରେ ଟ୍ୱିଟର ପହଁଚି ପାରି ନଥିଲେ ବି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ଡ ଭୂମିକା ଗ୍ରହଣ କରୁଥିବା ରିପୋର୍ଟରେ କୁହାଯାଇଛି ।