ଟ୍ରମ୍ପ ଓ ମୋଦିଙ୍କ ସାକ୍ଷାତକୁ ହଜମ କରିପାରୁନି ଚୀନ ! ‘ଦ-ଗ୍ଲୋବାଲ ଟାଇମ୍ସ’ରେ ଏ ନେଇ କଲା ପ୍ରକାଶ

23

କନକ ବ୍ୟୁରୋ: ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକୁ ହଜମ କରିପାରୁ ନାହିଁ ଚୀନ । ଚୀନର ‘ଦ-ଗ୍ଲୋବାଲ ଟାଇମ୍ସ’ରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକା ସହାୟତାରେ ଭାରତ, ଚୀନ ବିରୋଧରେ ଠିଆ ହେବା ଉଦ୍ୟମର ପରିଣତି ବିନାଶକାରୀ ହୋଇପାରେ ଲେଖିଛି ‘ଗ୍ଲୋବାଲ ଟାଇମ୍ସ’ । ଗ୍ଲୋବାଲ ଟାଇମ୍ସ ଆହୁରି ମଧ୍ୟ ଲେଖିଛି, ଏଇ କିଛି ଦିନ ହେବ ଚୀନର ପ୍ରଭାବକୁ ରୋକିବା ପାଇଁ ଆମେରିକା ଭାରତ ସହ ସଂପର୍କରେ ସୁଧାର ଆଣିଛି ।

ଗୋଷ୍ଠୀ ନିରପେକ୍ଷ ନୀତିକୁ ଛାଡି ଭାରତ ଏବେ ଚୀନ ସହ ପ୍ରତିଦ୍ୱନ୍ଦିତା କରିବାକୁ ଆମେରିକାକୁ ମୋହରା କରୁଛି । ଯାହା ଦକ୍ଷିଣ ଏସିଆରେ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଚୀନ କହିଛି । ପୂର୍ବରୁ ମଧ୍ୟ ସୋଭିଏତ ୟୁନିଅନ ଓ କେନେଡି ସରକାର ସମୟରେ ଚୀନ ବିରୋଧରେ ଭାରତକୁ ଠିଆ କରାଯାଇଥିଲା । ଯାହାର ପରିଣାମ ସନ୍ତୋଷଜନକ ନଥିଲା । ତେଣୁ ପୁରୁଣା କଥାରୁ ଭାରତ କିଛି ଶିଖୁ ବୋଲି ଗ୍ଲୋବାଲ ଟାଇମ୍ସ ସଂପାଦକୀୟରେ ଲେଖାଯାଇଛି ।