ଦୁଇ ବିଶ୍ୱନେତାଙ୍କ ମଧ୍ୟରେ କଥାବାର୍ତ୍ତା ! ଜାଣନ୍ତୁ ମୋଦିଙ୍କୁ ଫୋନ୍ କରି କଣ କହିଲେ ଡୋନାଲ୍ଡ ଟ୍ରମ୍ପ

39

କନକ ବ୍ୟୁରୋ: ମାଳଦ୍ୱୀପ ପ୍ରସଙ୍ଗରେ ଦୁଇ ବିଶ୍ୱନେତାଙ୍କ ମଧ୍ୟରେ କଥାବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାରଣ ଗତ ଗୁରୁବାରଠାରୁ ମାଳଦ୍ୱୀପରେ ରାଜନୈତିକ ସଂକଟ ଦେଖାଦେଇଛି । ସେଠାକାର ସର୍ବୋଚ୍ଚ ଅଦାଲତ ଜେଲରେ ବନ୍ଦୀଥିବା ୯ ବିରୋଧୀ ଦଳ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ ଗ୍ରହଣ କରିନାହାନ୍ତି ୟେମେନ ସରକାର । ବରଂ ରାୟ ଦେଇଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅବଦୁଲ୍ଲା ସଇଦ ଓ ଅନ୍ୟଜଣେ ବିଚାରପତିଙ୍କୁ ଗିରଫ କରିବା ସହ ଜରୁରୀ ପରିିସ୍ଥିତି ଜାରି କରାଯାଇଛି ।

ତେଣୁ ଏହି ପ୍ରସଙ୍ଗରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଦୀର୍ଘ ସମୟଧରି ଆଲୋଚନା ହୋଇଛି । ଏଥିସହ ଆଫିଗାନିସ୍ତାନ ଓ ଭାରତ, ପ୍ରଶାନ୍ତ ମହାସାରୀୟ କ୍ଷେତ୍ରର ସ୍ଥିତି ନେଇ ଚର୍ଚ୍ଚା କରିଛନ୍ତି । ସେହିପରି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶା ନେଇ ଦୁଇ ନେତା ବିଚାର ବିମର୍ଷ କରିଥିବା ହ୍ୱାଇଟ ହାଉସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ନେଇ ମଧ୍ୟ ଦୁଇ ନେତା ଚିନ୍ତାବ୍ୟକ୍ତ କରିଛନ୍ତି । ଚଳିତବର୍ଷ ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ଟୋଲିଫୋନ କଥାବାର୍ତ୍ତା । ତେବେ ଅନେକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମୋଦିଙ୍କଠାରୁ ଟ୍ରମ୍ପ ମତାମତ ଲୋଡିଥିବାରୁ ଏହି ବାର୍ତ୍ତାଳାପକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।