“ମନ କି ବାତ୍’କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ରିଓ ଅଲିମ୍ପିକ୍ସ

24

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ମନେପକାଇ ଆଜିର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଆସନ୍ତାକଲି ଧ୍ୟାନଚାନ୍ଦଙ୍କ ଜନ୍ମ ତିଥି । ଏହି ତିଥିକୁ ଆସନ୍ତାକାଲି ଜାତୀୟ ଖେଳ ଦିବସ ରୂପେ ସମଗ୍ର ଦେଶରେ ପାଳନ କରାଯିବ । ମୋଦି କହିଥିଲେ ଏହି ଅବସରରେ ମୁଁ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋଦି କହିଛନ୍ତି ଅଲିମ୍ପିଆନ ସିନ୍ଧୁ ଓ ସାକ୍ଷୀଙ୍କ ବିଷୟରେ ଏଥର ମନ କି ବାତ କାର୍ଯ୍ୟକ୍ରମରେ କହିବା ପାଇଁ ଅଧିକ ଲୋକ ମତ ଦେଇଥିଲେ । ରିଓ ଅଲିମ୍ପିକ୍ସ ରେ ସିନ୍ଧୁ ଓ ସାକ୍ଷୀଙ୍କ ପ୍ରଦର୍ଶନକୁ ନେଇ ସେ ଗର୍ବତ ବୋଲି କହିଥିଲେ। ଏହା ସହ ଆଗାମୀ ଅଲିମ୍ପିକ୍ସ ପାଇଁ ଏକ କମିଟି ଗଢ଼ି କିପରି ଅଧିକ ମେଡାଲ ଆଣିପାରିବେ ସେଥିପାଇଁ ଯୋଜନା କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ଗଣେଶ ପୂଜା ଓ ଦଶହରାରେ ଇକୋ ଫ୍ରେଣ୍ଡଲି ମୂର୍ତି ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।ଏହା ମୋଦିଙ୍କର ୨୩ତମ ମନ କି ବାତ୍ କାର୍ଯ୍ୟକ୍ରମ।