କୃଷକଙ୍କୁ ନୂଆବର୍ଷ ଉପହାର ଦେଇପାରନ୍ତି ମୋଦି ସରକାର ! ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ହେଉଛି ବିଚାର

281

କନକ ବ୍ୟୁରୋ : ୩ ପ୍ରମୁଖ ରାଜ୍ୟରେ ନିର୍ବାଚନ ହାରିବା ପରେ କୃଷକଙ୍କୁ ସନ୍ତୁଷ୍ଟ କରିବାପାଇଁ ଚେଷ୍ଟା କରୁଛନ୍ତି ମୋଦି ସରକାର । ତେବେ ନିର୍ବାଚନ ହାରିବାର ପ୍ରମୁଖ କାରଣ ଗ୍ରାମୀଣ ଅଂଚଳ ବୋଲି କୁହାଯାଉଛି । କାରଣ କୃଷକ କାର୍ଡ଼ ଖେଳି କଂଗ୍ରେସ ନିର୍ବାଚନ ଜିତିଛି ବୋଲି କୁହାଯାଉଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର କୃଷକଙ୍କ ପାଇଁ ଏପରି କିଛି ଯୋଜନା ଲାଗୁ କରିବା ପାଇଁ ଚାହୁଁଛନ୍ତି, ଯାହା ତାଙ୍କୁ ଆକର୍ଷିତ କରିପାରିବ ।

image courtesy – www.amarujala.com

କୃଷକଙ୍କ ପାଇଁ ମୋଦି ସରକାର ଅତି ଶୀଘ୍ର ରିଲିଫ୍ ପ୍ୟାକେଜ୍ ବିକଳ୍ପ ଖୋଲାଯାଉ ବୋଲି ଚାହୁୁଁଛନ୍ତି । ଆଗାମୀ ୨ ସପ୍ତାହରେ କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇପାରେ । ସୂତ୍ର ଅନୁସାରେ ମୋଦି ସରକାର ପ୍ରତ୍ୟେକ ଯୋଗ୍ୟ କୃଷକଙ୍କ ଖାତାକୁ ୧୦ ହଜାର ଲେଖାଏଁ ପଠାଇବା ପାଇଁ ବିଚାର କରିପାରନ୍ତି । ଏହି ରାଶି ସାର, ବିହନ ଓ କୃଷି ସାମଗ୍ରୀ କିଣିବା ପାଇଁ ପ୍ରଦାନ କରାଯିବ ।

ଏହା ଓଡ଼ିଶା ସରକାରଙ୍କ ମଡ଼େଲ ଅଟେ । ଆଉ ଏହାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଏହାକୁ ଗମ୍ଭୀରତା ସହ ନେଇଛନ୍ତି । ଆଉ ଏଥିପାଇଁ ଲଗାତାର ଅର୍ଥ ଓ କୃଷି ମନ୍ତ୍ରାଳୟ ସହ କତାବାର୍ତ୍ତା କରାଯାଇଛି । ତେବେ ଭୂମିହୀନ କୃଷକ ଏଥିରୁ ଲାଭ ଉଠାଇ ପାରିବେ ନାହିଁ । କାରଣ ତାଙ୍କ ଉପରେ ଋଣ ବୋଝ ନଥାଏ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଗ୍ରାମୀଣ ଅଚଂଳର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ନେଇ ମଧ୍ୟ ବିଚାର ହେଉଛି ।

ଦ୍ୱିତୀୟ ବିଳକ୍ପ ହିସାବରେ ତେଲେଙ୍ଗାନ ଉପରେ ମଧ୍ୟ ମୋଦି ସରକାରଙ୍କ ନଜର । ତେଲେଙ୍ଗାନା ସରକାର ଏକ ଏଖର ଜମିରେ ଦୁଇ ଥର ୪୦୦୦ ଲେଖାଏଁ ପ୍ରଦାନ କରନ୍ତି । ତେବେ ଏହି ନୀତି ଆପଣାଇବା ପାଇଁ ଯୋଗ୍ୟ ଚାଷୀଙ୍କୁ ଚିହ୍ନଟ କରିବା ବହୁତ ମୁସ୍କିଲ ହୋଇପାରେ ।