ମୁହଁ ଖୋଲିବେ ମୋଦି ! ୫୦ ଦିନ ପୁରିବା ପରେ ଜନତାଙ୍କ ସାମ୍ନାରେ ରଖିପାରନ୍ତି ଭବିଷ୍ୟତର ରୋଡମ୍ୟାପ୍

41

କନକ ବ୍ୟୁରୋ : ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅର୍ଥାତ୍ ୩୧ ତାରିଖ ସଂନ୍ଧ୍ୟା ସାଢେ ୭ଟାରେ ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର ୮ ତାରିଖରେ ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ବଡ ନୋଟ୍ ଅଚଳ କରିବା ପରେ ଏହି ଉଦବୋଧନକୁ ବେଶ୍ ଗୁରୁତର ସହ ନିଆଯାଉଛି ।

ପ୍ରଶ୍ନ ଉଠୁଛି କଣ କହିବେ ମୋଦି
• ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା କୋହଳ କରିବେ କି ?
• ନୋଟ ବନ୍ଦୀ ପରେ ସ୍ପଷ୍ଟ ସମସ୍ୟା ନେଇ ଠୋସ୍ ପଦକ୍ଷେପ ଘୋଷଣା କରିବେ କି ?
• ସରକାରୀ ରାଜସ୍ୱ ବଢିଥିବା ହେତୁ ନୂଆ ଯୋଜନା ଘୋଷଣା କରିବେ କି ?
• ପର୍ଯ୍ୟାପ୍ତ ପରିମାଣର ନୋଟ୍ କେତେ ସୁଦ୍ଧା ଆସିବ ତାହା କହିବେ କି ?

ଏହି ଭଳି ଅନେକ ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଛନ୍ତି ଦେଶବାସୀ । ତେବେ ପ୍ରଧାନମନ୍ତ୍ରୀ ଗତ କିଛି ଦିନ ହେଲା କହି ଆସୁଛନ୍ତି ୫୦ ଦିନ ପରେ ଧୀରେ ଧୀରେ ସମସ୍ୟା କମିବ ଏବଂ ବେଇମାନ ଲୋକଙ୍କ ସମସ୍ୟା ବଢିବ ।

ସବୁଠାରୁ ବଡ କଥା ହେଉଛି ବିମୁଦ୍ରାକରଣ ପୂର୍ବରୁ ଏହି ପଦକ୍ଷେପର ପ୍ରଭାବ ଉପରେ ସରକାର କଣ ଆକଳନ କରିଥିଲେ ଏବଂ ସେହି ଆକଳନ ଅନୁସାରେ ସବୁ କିଛି ହେଉଛି କି ନାହିଁ ଏବଂ ସରକାରଙ୍କ ଆଗାମୀ ପଦକ୍ଷେପ କଣ ହେବ । ବୋଧହୁଏ ୩୧ ତାରିଖ ରାତିରେ ଏସବୁ ପ୍ରଶ୍ନର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ ।