ନବରାତ୍ରୀକୁ ନେଇ ଆରମ୍ଭ ହେଲା ସ୍ୱତନ୍ତ୍ର ପ୍ରସ୍ତୁତି ! ସୁରଟରେ ମୋଦି ଟାଟୁ ମାନିଆ

81

କନକ ବ୍ୟୁରୋ : ନବରାତ୍ରୀକୁ ନେଇ ଗୁଜରାଟରେ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ସୁରଟରେ ଏହାର କ୍ରେଜ ଦେଖିବାକୁ ମିଳିଛି । ବିଶେଷ କରି ଯୁବପିଢୀ ବିଭିନ୍ନ ଟାଟୁ ଆଙ୍କି ନବରାତ୍ରକୁ ପାଳନ କରିବାକୁ ପ୍ରସ୍ତୁତି କରିଛନ୍ତି । ବିଶେଷ କରି ଏଥର ମୋଦି ଟାଟୁକୁ ନେଇ ସବୁଠି ଯୁବପିଢୀ ଜୋରସୋରରେ ଲାଗିପଡିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିିନ୍ନ ଉନ୍ନୟନ ମୁଳକ ଯୋଜନା ସହ ବୁଲେଟ ଟ୍ରେନକୁ ନେଇ ଏହି ଯୁବପିଢୀମାନେ ଟାଟୁ ଆଙ୍କିଛନ୍ତି । ସେହିପରି ମୋଦିଙ୍କ ଚେହେରାର ଟାଟୁ ବି ଏଥରର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ନବରାତ୍ରୀ ସମୟରେ ଗୁଜୁରାଟରେ ଗରବା ନୃତ୍ୟ ବେଶ ଆକର୍ଷଣୀୟ ହୋଇଥାଏ ।