ବଲାଙ୍ଗୀର ପଥରଚେପାରୁ ନବୀନ ସରକାରଙ୍କୁ ଟାର୍ଗେଟ କଲେ ମୋଦି ! କହିଲେ, କେନ୍ଦ୍ର ପ୍ରଦାନ କରୁଥିବା ଅର୍ଥ ଖର୍ଚ୍ଚ କରିପାରୁନି ରାଜ୍ୟ

201

କନକ ବ୍ୟୁରୋ : ମୋଦିଙ୍କ ମିଶନ ଓଡିଶା  । ଗୋଟିଏ ମାସ ମଧ୍ୟରେ ତୃତୀୟ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଉପକୂଳ, ପରେ ଉତର ଓ  ଏବେ ପଶ୍ଚିମ ଓଡିଶାକୁ ଆସିଛନ୍ତି ମୋଦି । ପଥରଚେପାରେ ପ୍ରଧାନମନ୍ତ୍ରୀ ମୋଦି ଜନସଭାକୁ ସମ୍ବୋଧିତ କରି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରନ୍ତୁ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪ ହଜାର କୋଟି ଦେଇଛନ୍ତି । ହେଲେ ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି । ରାଜ୍ୟ ସରକାର ଶୋଇ ରହିଛନ୍ତି । ନିର୍ବାଚନ ଯିବ ସହ ଲୋକଙ୍କ ସମସ୍ୟା ଦୂର ହେବନାହିଁ ।

 

ଏହାସହ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି । ଷ୍ଟାଚ୍ୟୁ ଅଫ୍ ୟୁନିଟକୁ  ବିରୋଧୀ  ସହିପାରୁନାହାନ୍ତି । ୧୦୦ ପ୍ରତିଶତ ରାସନକାର୍ଡର ଡିଜିଟାଲକରଣ କରାଯାଇଛି ।ଏହାଦ୍ୱାରା ବେଇମାନଙ୍କ ପକେଟକୁ ୯୦ ହଜାର କୋଟି ଟଙ୍କା ଯିବା ବନ୍ଦ ହୋଇଛି । ଗରିବଙ୍କୁ ଲୁଟ୍ କରୁଥିବା ବେଇମାନଙ୍କୁ ଦଣ୍ଡ ଦେବାକୁ ଚୌକିଦାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ମୋଦି ।  ଓଡିଆ ଗୀତ, ସଙ୍ଗୀତ, ଓଡିଶୀ ନୃତ୍ୟ ଓ ଓଡିଶାର ଭାଷା ଓ ସାହିତ୍ୟକୁ ମଧ୍ୟ ପ୍ରଂଶସା କରିଛନ୍ତି । ଓଡିଶାର ସଂସ୍କୃତି ଓ ପରମ୍ପରା ଉପରେ ପୂର୍ବରୁ ଧୂଳି ଜମି ଯାଇଥିଲା ତାହାର ପୁନରୁଦ୍ଧାର କାମ ବିଜେପି ସରକାରଆରମ୍ଭ କରିଥିବା ମୋଦି କହିଛନ୍ତି ।