ବିଦେଶ ଯାତ୍ରା ସମୟରେ ମୋଦିଙ୍କୁ ମିଳିଛି ଅନେକ ଉପହାର : ଜାଣନ୍ତୁ କଣ କଣ ରହିଛି ଏହି ଉପହାର ମଧ୍ୟରେ

42

କନକ ବ୍ୟୁରୋ : ଦେଶର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ସମସ୍ତେ ଜାଣିବା ପାଇଁ ଇଚ୍ଛା କରନ୍ତି । ମୋଦି ନିଜର ଦୈନଦିନ ଜୀବନରେ କଣ କଣ କରନ୍ତି ତାହା ସର୍ବସାଧାରଣ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରନ୍ତି ଜାଣିବା ପାଇଁ । ତେବେ ନିକଟରେ ଅର୍ଥାର ରାକ୍ଷୀ ପୂର୍ଣ୍ଣିମାନେ ୫୫ଜମ ଯୁବତୀ ଓ ମହିଳାଙ୍କୁ ଟୁଇଟରରେ ଫଲୋ କରିଥିଲେ । ଏହାକୁ ଜାଣିବା ପାଇଁ ଅନେକ ଲୋକ ଆଗ୍ରହ ପ୍ରକାଶ କରିଥିଲେ । ତେବେ ମୋଦିଙ୍କୁ କେତେ ଉପହାର ସେ ସମ୍ପର୍କରେ କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ମିଳିଥିବା ସୂଚନା ଅନୁସାରେ ମୋଦିଙ୍କୁ ଏକ ବର୍ଷରେ ୧୨.୫୭ ଲକ୍ଷ ଟଙ୍କାର ମୋଟ ୧୬୮ଟି ଉପହାର ମିଳିଛି ।

 

ତେବେ ଏହା ମଧ୍ୟରେ ରହିଛି ଅନେକ ମୂଲ୍ୟବାନ ସାମଗ୍ରୀ । ଯେପରି କି ଭଗବାନଙ୍କ ପ୍ରତିମୂର୍ତ୍ତୀ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ତେବେ ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀ ବିଦେଶ ଯାତ୍ରା ସମୟରେ ଇସ୍ରାଇଲ୍, ଜର୍ମାନୀ, ଚୀନ୍, ଜୋର୍ଡାନ, ପାଲେଷ୍ଟାଇନ, ଋଷିଆ, ୟୁଏଇ, ଓମାନ୍, ସ୍ୱିଡେନ, ବ୍ରିଟେନ୍, ଇଣ୍ଡୋନେସିଆ, ମ୍ୟାଲେସିଆ, ସିଙ୍ଗାପୁର ସମେତ ୨୦ ଟି ଦେଶକୁ ଯାତ୍ରା କରିଛନ୍ତି। ଭାରତୀୟ ଆଇନ ଅନୁସାରେ ଯଦି କୈାଣସି ସରକାରୀ କର୍ମଚାରୀ ବା ଭାରତୀୟ ପ୍ରତିନିଧିମଣ୍ଡଳର କୌଣସି ସଦସ୍ୟଙ୍କୁ ଉପହାର ସ୍ୱରୂପ ବିଦେଶୀ ଜିନିଷ ମିଳିଥାଏ। ତେବେ ସେଗୁଡିକୁ ଦାନ ବା ଉପହାର ପାଇବାର ୩ଦିନ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଏ ସମ୍ପର୍କିତ ସୂଚନା ସମ୍ପୃକ୍ତ ମନ୍ତ୍ରାଳୟ ବା ବିଭାଗକୁ ଦେବାକୁ ପଡିଥାଏ।