ବିବାଦୀୟ ସୁଟ୍ କଲା ବିଶ୍ୱରେକର୍ଡ : ଗିନିସ୍ ବୁକରେ ସାମିଲ୍ ହେଲା ମୋଦିଙ୍କ ସୁଟ୍

28

vlcsnap-2016-08-20-17h58m16s610ଗିନିସ୍ ବୁକରେ ସାମିଲ୍ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାଦୀୟ ସୁଟ୍ । ଗତ ବର୍ଷ ଫେବ୍ରୁଆରିରେ ମୋଦିଙ୍କ ଏହି ସୁଟକୁ ଗୁଜରାଟର ହୀରା ବ୍ୟବସାୟୀ ଲାଲଜୀ ଭାଇ ପଟେଲ ୪କୋଟି ୩୧ଲକ୍ଷ ୩୧ହଜାର ୩ଶହ ୧୧ଟଙ୍କାରେ କିଣିଥିଲେ । ନିଲାମରେ ବିକ୍ରି ହୋଇଥିବା ବିଶ୍ୱର ସବୁଠୁ ଦାମୀ ସୁଟ୍ ଭାବେ ଏହା ଗିନିସ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସାମିଲ ହୋଇଛି ।

ମୋଦିଙ୍କ ଏହି ସୁଟକୁ ନିଲାମରେ କିଣିବା ପାଇଁ ଅନେକ ବ୍ୟକ୍ତି ଆଗ୍ରହୀ ଥିଲେ । କିନ୍ତୁ ହୀରା ବ୍ୟବସାୟୀ ଲାଲଜୀ ଭାଇ ପଟେଲ ସମସ୍ତଙ୍କୁ ପଛରେ ପକାଇ ଏହି ବିବାଦୀୟ ସୁଟକୁ କିଣିଥିଲେ। ଏହି ସୁଟରେ ସୁନାର ସୂତା ଦ୍ୱାରା ମୋଦିଙ୍କ ପୁରା ନାଁ ଲେଖାଯାଇଛି । ଏହି ନିଲାମରୁ ମିଳିଥିବା ଟଙ୍କାକୁ ସ୍ୱଚ୍ଛ ଗଙ୍ଗା ଅଭିଯାନରେ ଖର୍ଚ୍ଚ କରାଯାଇଛି ।

ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଭାରତ ଗସ୍ତ ମସୟରେ ଏହି ସୁଟ୍ ପିନ୍ଧିଥିଲେ ମୋଦି । ମୋଦିଙ୍କ ସୁଟର ମୂଲ୍ୟ ୧୦ଲକ୍ଷ ଟଙ୍କାବୋଲି ଜଣାପଡିବା ପରେ ବିରୋଧୀ ଏହାର ସମାଲୋଚନା କରିଥିଲେ । ସେହି ସମୟରେ ଏହି ସୁଟକୁ ନେଇ ବିବାଦ ଜୋର୍ ଧରିଥିଲା।