ମୋଦି ଅଧାରୁ କାହିଁକି ବନ୍ଦ କଲେ ଭାଷଣ ! ଜାଣନ୍ତୁ ପୂରା କାହାଣୀ

39

ଭାଷଣ ଆରମ୍ଭ ହେବା ପୂର୍ବରୁ ଅଟକିଗଲେ ମୋଦି । ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପିର ଐତିହାସିକ ବିଜୟ ପରେ ଦିଲ୍ଲୀରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ପାଇଁ ବିଜେପିର ନବନିର୍ମିତ ପାର୍ଟି ଅଫିସରେ ପହଞ୍ଚିଥିଲେ । ଉତ୍ତରପୂର୍ବାଞ୍ଚଳରେ ବିଜେପିର ବିଜୟକୁ ନେଇ କର୍ମୀଙ୍କ ମନରେ ମଧ୍ୟ ପ୍ରବଳ ଉତ୍ସାହ ଦେଖା ଦେଇଥିଲା । ମୋଦି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ଆରମ୍ଭ କରିବା କ୍ଷଣି ଅଜାନ ଆରମ୍ଭ ହୋଇଥିଲା । ଏହା ମୋଦିଙ୍କ କାନରେ ବାଜିବା ମାତ୍ରେ ଅଧାରୁ ଭାଷଣ ବନ୍ଦ କରିଥିଲେ । ନମାଜ ପାଠ ସରିବା ସହ ୨ ମିନିଟ ପାଇଁ ଭାଷଣ ବନ୍ଦ କରିବା ପରେ ପୁଣିଥରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ ମୋଦି । ଏହାସହ ତ୍ରିପୁରା ନିର୍ବାଚନରେ ଯେଉଁ ବିଜେପି କର୍ମୀ ପ୍ରାଣ ହରାଇଥିଲେ ତାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ । ପୂର୍ବରୁ ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ମୋଦି ନିଜ ସମ୍ବୋଧନରେ ବିଜୟର ଶ୍ରେୟ ଦଳୀୟ କର୍ମୀଙ୍କୁ ଦେଇଥିଲେ । ଦୀର୍ଘ ଦିନ ପରେ ଅଥାର୍ତ ୨୫ ବର୍ଷ ପରେ ବାମଦଳର ଗଡ ଭାବେ ପରିଚିତ ତ୍ରିପୁରାରେ ଗେରୁଆ ବାନା ଉଡିଥିବାରୁ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି । କେବଳ ତ୍ରିପୁରା ନୁହେଁ ନାଗାଲାଣ୍ଡରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି ବିଜେପି । ଆଉ ଏହାପରେ ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ସରକାର ଗଠନ କରିବାକୁ ଅଣ୍ଟା ଭିଡିଛି ବିଜେପି ।