ଶତ୍ରୁ ରାଷ୍ଟ୍ରକୁ ଶିକ୍ଷା ଦେବାକୁ ଦେଶବାସୀଙ୍କୁ ମୋଦିଙ୍କ ଆହ୍ୱାନ! କହିଲେ, ଏକାଠି ଲଢିବା, ଏକାଠି ଜିତିବା

183

କନକ ବ୍ୟୁରୋ : ଏକାଠି ଲଢ଼ିବା, ଏକାଠି ଜିତିବା । ଶତ୍ରୁକୁ ଶିକ୍ଷା ଏବଂ ଦେଶବାସୀଙ୍କୁ ଆହ୍ୱାନ ଦେବାକୁ ଯାଇ ଖୋଲାଖୋଲି ଏଭଳି କହିଛନ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଗତିରେ ଅସ୍ଥିରତା ସୃଷ୍ଟି ପାଇଁ ଶତ୍ରୁର ଉଦ୍ୟମକୁ ପଣ୍ଡ କରିବାକୁ ଦେଶବାସୀଙ୍କୁ ଚଟ୍ଟାଣ ଭଳି ଠିଆ ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଏଭଳି କିଛି କରାନଯାଉ, ଯାହା ଫଳରେ ଶତ୍ରୁଙ୍କୁ ଆଙ୍ଗୁଠି ଉଠାଇବାକୁ ସୁଯୋଗ ମିଳିବ ବୋଲି ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତେଜନା ଭିତରେ ପାକିସ୍ତାନ ଆଡକୁ ଇସାରା କରି କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ ଯବାନଙ୍କୁ ପ୍ରଶଂସା କରିବା ସହ ଶତ୍ରୁଙ୍କୁ ସାମ୍ନା କରିବା ପାଇଁ ଦେଶବାସୀଙ୍କୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏକାଠି ଲଢ଼ି, ଜିତିବାକୁ ଆହ୍ୱାନ ଦେଇଛନ୍ତି ।

ଏଭଳି ଏକ ଘଡସନ୍ଧି ମୂହୂର୍ତରେ କେବଳ ଦେଶବାସୀଙ୍କୁ ଏକାଠି ହେବା ପାଇଁ କହିନାହାଁନ୍ତି ପ୍ରଧାନମନ୍ତ୍ରୀ, ବରଂ ଯବାନଙ୍କ ସାଥୀରେ ଭାରତ ଚଟ୍ଟାଣ ଭଳି ଠିଆ ହୋଇଥିବା କହିଛନ୍ତି । ଆଉ ଆତଙ୍କବାଦ ବିରୋଧରେ ଭାରତର ସକରାତ୍ମକ ଲଢ଼େଇକୁ ଦୁନିଆ ଦେଖୁଛି ବୋଲି କହିଛନ୍ତି । ଏହା ସହ ମୋଦି କହିଛନ୍ତି,ଏମିତି କିଛି କରାନଯାଉ, ଯାହା ଫଳରେ ଯବାନଙ୍କ ମନୋବଳ ଉପରେ ପ୍ରଭାବ ପଡ଼ିବ କିମ୍ବା ଶତ୍ରୁଙ୍କୁ ଆଙ୍ଗୁଠି ଉଠାଇବାକୁ ସୁଯୋଗ ମିଳିବ ବୋଲି ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

ଦେଶର ପ୍ରଗତିରେ ଅସ୍ଥିରତା ସୃଷ୍ଟି କରୁଥିବା ଶକ୍ତି ବିରୁଦ୍ଧରେ ଦେଶବାସୀଙ୍କୁ ଚଟ୍ଟାଣ ଭଳି ଠିଆ ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏସବୁ ଭିତରେ ବୈଦେଶିକ ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ଭାରତର ବୈଦେଶିକ ସଚିବ, ୧୦ଟି ଡିପ୍ଲୋମେଟଙ୍କ ସହ ଭାରତ-ପାକିସ୍ତାନ ସ୍ଥିତି ନେଇ ଆଲୋଚନା କରିଛନ୍ତି । ଜର୍ମାନୀ, ନାଇଜେରିଆ, ଦକ୍ଷିଣ ଆଫ୍ରିକା ଏବଂ ବେଲଜିୟମ୍ ଭଳି ୧୦ଟି ଦେଶର ଡିପ୍ଲୋମେଟଙ୍କ ସହ ବର୍ତମାନର ସ୍ଥିତି ନେଇ ଚର୍ଚ୍ଚା କରିଛି ଭାରତ ।