ସୋନିଆଙ୍କ ଡାକାରାରେ ଆସିଲେନି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ! ଆଜି ମୋଦିଙ୍କ ନିମନ୍ତ୍ରଣରେ ଯୋଗ ଦେବେ ଭୋଜିରେ

28

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଯୋଗ ଦେଲେନି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ ନୀତିଶ । ମରିସସ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଦିଲ୍ଲୀରେ ଆୟୋଜିତ ଭୋଜିକୁ ନୀତିଶଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି । ଏହି ଅବସରରେ ମୋଦିଙ୍କ ସହ ନୀତିଶଙ୍କର ସ୍ୱତନ୍ତ୍ର ଭାବେ ଭେଟ ହେବାର କାର୍ଯ୍ୟକ୍ରମ ରହିଛି ।

ଭୋଜିରେ ଯୋଗ ଦେବା ପାଇଁ ମୋଦିଙ୍କ ନିମନ୍ତ୍ରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ । କହିଛନ୍ତି ପ୍ରଧାନମନ୍ତ୍ରୀ ମୋତେ ମରିସସର ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଆୟୋଜିତ ଭୋଜି ପାଇଁ ନିମନ୍ତ୍ରଣ କରିଛନ୍ତି । ମୋଦିଙ୍କ ଦ୍ୱାରା ଡକାଯାଇଥିବା ଭୋଜି ଏକ ଅଧିକାରୀସ୍ତରୀୟ ବୈଠକ । ଏହା ସହ ସୋନିଆ ଗାନ୍ଧିଙ୍କ ଦ୍ୱାରା ଡକାଯାଇଥିବା ଭୋଜିର କୋ÷ଣସି ସମ୍ପର୍କ ନାହିଁ । ଏହି ଅବସରରେ ଗଙ୍ଗାର ବିଭିନ୍ନ ସମସ୍ୟା ନେଇ ମୋଦିଙ୍କ ସହ ନୀତିଶ ଆଲୋଚନା କରିବେ ବୋଲି ମଧ୍ୟ ସୁଚନା ଦେଇଛନ୍ତି ।