ବ୍ରିକ୍ସ ସମ୍ମିଳନୀରେ ମୋଦିଙ୍କ ଉଦବୋଧନ ! କହିଲେ, ଶାନ୍ତି ଓ ବିକାଶ ପାଇଁ ପରସ୍ପର ସହଯୋଗ ଜରୁରୀ

20

କନକ ବ୍ୟୁରୋ : ଚୀନର ଜିଆମେନ ସହରରେ ଆରମ୍ଭ ହୋଇଛି ତିନି ଦିନିଆ ବ୍ରିକ୍ସ ସମ୍ମିଳନୀ । ସଦସ୍ୟ ରାଷ୍ଟ୍ରମାନେ ପରସ୍ପର ମଧ୍ୟରେ ରହିଥିବା ବିବାଦ ଦୂରେଇ ଆସ୍ଥା ଓ ବିଶ୍ୱାସ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ସଂଗଠନର ଅଧ୍ୟକ୍ଷ ଚୀନ ରାଷ୍ଟ୍ରପତି ଜିନିପିଙ୍ଗ ଆହ୍ୱାନ କରିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରମୁଖ୍ୟ ଯୋଗ ଦେଇଛନ୍ତି ।

ଏହି ୩ ଦିନିଆ ସମ୍ମିଳନୀରେ ପାରସ୍ପରିକ ସହଯୋଗ ନେଇ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ । ଏହି ସମ୍ମିଳନୀରେ ଅର୍ଥନୀତି ଏବଂ ନିରାପତା ଭଳି ବହୁପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସଂଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ଜିଆମେନ୍ରେ ବ୍ରିକ୍ସ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଶାନ୍ତି ଓ ବିକାଶ ପାଇଁ ପରସ୍ପର ସହଯୋଗ ଜରୁରୀ । ଭାରତର ୮୦ କୋଟି ଯୁବକ ଦେଶର ଶକ୍ତି ବୋଲି କହିଛନ୍ତି ମୋଦି । କଳାଧନ ଓ ଦୁର୍ନୀତି ବିରୋଧରେ ଲଢେଇ ଜାରି ରହିଛି ।