ସ୍ୱାଧୀନତା ଦିବସରେ କଣ କହିବେ ମୋଦି ? ଟ୍ୱିଟରରେ ଜନତାଙ୍କୁ ମତାମତ ମାଗିଲେ ପ୍ରଧାନମନ୍ତ୍ରୀ

57

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ୭୨ ତମ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବାକୁ ଯାଉଛନ୍ତି । ତେବେ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଲୋକମାନଙ୍କ ଉଦ୍ଦେଶ୍ୟରେ ନିଜର ଭାଷଣ ରଖିବେ । ତେବେ ମୋଦିଙ୍କ ଭାଷଣ ଶୁଣିବାପାଇଁ ଅନେକ ଲୋକ ଅପେକ୍ଷା କରି ରହିଥିବା ସୂଚନା ମିଳିଛି । ତେବେ ମୋଦି ନିଜ ଭାଷଣରେ ଲେକାମାନଙ୍କୁ କଣ କହିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ପ୍ରଧାନମନ୍ତ୍ରୀ ନିଜେ ଲୋକମାନଙ୍କ ଉଦ୍ଦେଶ୍ୟରେ କଣ କହିବେ ସେନେଇ ଲୋକମାନଙ୍କର ମତାମତ ଲୋଡିଥିବା ଜଣାପଡିଛି । ମୋଦି ଟୁଇଟ କରି କହିଛନ୍ତି ଯେ, ପ୍ରତ୍ୟେକ ଥର ମୁଁ ମୋ ନିଜ ଇଚ୍ଛାରେ ଭାରତର ଜନସାଧାରଣମାନଙ୍କୁ କିଛି କହୁଛି ।

 

ତେବେ ଚଳିତଥର ଆପଣମାନେ କାହାକୁ ଗୁରୁତ୍ୱ ଦେଉଛନ୍ତି । ତାହା ଜଣାଇବା ସହ ନିଜର ମତାମତ ଦେବା ଲାଗି କହିଛନ୍ତି ମୋଦି । କେବଳ ଏତିକି ନୁହେଁ ବରଂ ସେଥିପାଇଁ mygov.in ରେ ମତାମତ ଦେବାପାଇଁ କହିଛନ୍ତି । ମୋଦି ଚଳିତଥରକୁ ମିଶାଇ ଲାଲାକିଲ୍ଲାରେ ୫ ଥର ଭାଷଣ ଦେଲେଣି । ତେବେ ପ୍ରତ୍ୟେକ ଥର ମୋଦି ନୂଆ ଶୈଳୀରେ ଭାଷଣ ଦେବାର ଦେଖା ଯାଇଥାଏ । ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ଦେଶ ବର୍ତ୍ତମାନ ସଜେଇ ହେଲାଣି । ଦିଲ୍ଲୀର ଲାଲକିଲ୍ଲାରେ ମଧ୍ୟ ବର୍ତ୍ତମାନ ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ମିଳିଛି । ମୋଦିଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମେତ ଦେଶର ଅନେକ ନେତା ଲାଲାକିଲ୍ଲାରେ ଉପସ୍ଥିତ ରହିବେ । ପରେ ପରେ ଆରମ୍ଭ ହେବ ପ୍ୟାରେଡ କାର୍ଯ୍ୟକ୍ରମ । ଗୋଟିଏ ପରେ ଗୋଟିଏ ଦଳ ପ୍ୟାରେଡ କରିବେ । ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସେନା ତାହାର ଋଣକୈାଶଳ ଦେଖାଇବ ।