ଚର୍ଚ୍ଚାରେ ମୋଦିଙ୍କ ଟ୍ୱିଟ୍ ! କହିଲେ, ମୁମ୍ବାଇ ରୁ ଦିଲ୍ଲୀ ଯାତ୍ରା ବେଳେ ଆକାଶ ମାର୍ଗରୁ ଦେଖନ୍ତୁ ଷ୍ଟାଚ୍ୟୁ ଅଫ ୟୁନିଟି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ୟ ଥର ପାଇଁ ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଷ୍ଟାଚ୍ୟୁ ଅପ ୟୁନିଟି ପରିଦର୍ଶନରେ ଯାଇଛନ୍ତି ।

390

ଗତ ଅକ୍ଟୋବର ମାସରେ ଲୋକାର୍ପିତ ହୋଇଥିବା ଷ୍ଟାଚ୍ୟୁ ଅଫ ୟୁନିଟି ପୃଥିବୀର ସର୍ବଶ୍ରେଷ୍ଠ ମୁର୍ତ୍ତି ଭାବରେ ଏବେ କ୍ଷାତି ଲାଭ କରିଛି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ମୁର୍ତ୍ତି ବିଶ୍ୱର ସବୁଠାରୁ ଉଚ୍ଚା ମୁର୍ତ୍ତି । ଏହି ଷ୍ଟାଚ୍ୟୁ ଅଫ ୟୁନିଟିକୁ ତିଆରି କରିବା ପାଇଁ ପ୍ରାୟ ୪୪ ମାସ ସମୟ ଲାଗିଥିଲା । ଏଥିସବୁ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨ୟ ଥର ପାଇଁ ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଷ୍ଟାଚ୍ୟୁ ଅପ ୟୁନିଟି ପରିଦର୍ଶନରେ ଯାଇଛନ୍ତି । ଏହି ଅବସରରେ ସେ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ୟାରେଡ ପରିଦର୍ଶନ କରିଥିଲେ । କିନ୍ତୁ ଏ ସଂପର୍କରେ ଆଜି ସେ କରିଥିବା ଏକ ଟ୍ଵିଟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ କହିଛନ୍ତି ଯେ ମୁଁ ଲୋକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କେବଡିଆ ଆସି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖନ୍ତୁ । ମୋଦି ଏହା ମଦ୍ୟ କହିଛନ୍ତି କି, ମୋର କେତେକ ବନ୍ଧୁ ଜଣାଇଛନ୍ତି ଯେ ବିମାନରେ ମୁମ୍ବାଇରୁ ଦିଲ୍ଲୀ ଗଲା ବେଳେ ଆକାଶମାର୍ଗରୁ ଏହା ଦେଖାଯାଉଛି । ଏଣୁ ପରବର୍ତ୍ତି ଥର ଯେତେବେଳେ ଆପଣ ଦିଲ୍ଲୀ-ମୁମ୍ବାଇ ବିମାନରେ ଯିବେ ସେତେବେଳେ ଆପଣ ଆକାଶରୁ ଏହି ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଖିବାକୁ ନିଶ୍ଚୟ ଚେଷ୍ଟା କରିବେ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଅକ୍ଟୋବର ୩୧ରେ ଲୋକାର୍ପିତ କରିଥିଲେ । ଲୋକାର୍ପିତ ପରଠାରୁ ଏହାକୁ ଦେଖିବାକୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି । ପ୍ରତିଦିନ ପ୍ରାୟ ୩୦ ହଜାର ଦର୍ଶକ ଏଠାକୁ ଆସୁଛନ୍ତି । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ବିଶ୍ୱର ଏହି ଉଚ୍ଚତ୍ତମ ପ୍ରତିମୂର୍ତ୍ତି ଉପଗ୍ରହ ଫଟୋଚିତ୍ରରେ ମଧ୍ୟ ସ୍ପଷ୍ଟ ଦେଖାଯାଉଛି ।