କରୋନା ମୁକାବିଲା : ମୋଦି ଦେଲେ ବାର୍ତ୍ତା, ବାହାରକୁ ଆସନ୍ତୁନି ବୟସ୍କ । ନିଜେ ସୁସ୍ଥ ତ ପୂରା ବିଶ୍ୱ ସୁସ୍ଥ ।

802

କନକ ବ୍ୟୁରୋ : ବିଶ୍ୱ ମହାମାରୀର ରୂପ ନେଇଥିବା କରୋନାର ମୁକାବିଲା ପାଇଁ ଆଜି ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦବୋଧନରେ ଦେଶବାସୀଙ୍କୁ କିଛି ସପ୍ତାହ ସମୟ ମାଗିଛନ୍ତି ମୋଦି । ଆଉ ଏହି କିଛି ସପ୍ତାହ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କରୋନାର ପ୍ରଭାବ ବିଶ୍ୱର ଅଧିକାଂଶ ଦେଶରେ ପଡିଥିବା ବେଳେ ଭାରତରେ ସବୁ କିଛି ଠିକ୍ ଅଛି ବୋଲି ଭାବିବା ଭୁଲ ବୋଲି କହିଛନ୍ତି ମୋଦି ।

କରୋନାର ଉଚିତ୍ ମୁକାବିଲା ପାଇଁ ସାମାଜିତ ଦୂରତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେତେଦୂର ସମ୍ଭବ ଭିଡ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିବା ବେଳେ ୬୦-୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଘରୁ ନ ବାହାରିବାକୁ କହିଛନ୍ତି ମୋଦି । ସେହିଭଳି ସମସ୍ତେ ନିଜକୁ ସଙ୍ଗରୋଧ କରିବା ଉଚିତ ବୋଲି କହିଛନ୍ତି ମୋଦି । ନିଜେ ସଂକ୍ରମିତ ହେବାରୁ ବଞ୍ଚିବା ଓ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ବଞ୍ଚାଇବା ପାଇଁ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । କାରଣ ନିଜେ ସୁସ୍ଥ ତ ପୂରା ବିଶ୍ୱ ସୁସ୍ଥ ବୋଲି ମନ୍ତ୍ର ଦେଇଛନ୍ତି ମୋଦି ।